ନବରଙ୍ଗପୁର ଜିଲ୍ଲାରେ ସାଂସଦ ସହ ତିନି ବିଧାନସଭା ଆସନ ହାତେଇଛି ବିଜେପି ଓ ଗୋଟିଏ ଆସନ ରେ ବିଜେଡି
:ନବରଙ୍ଗପୁର ଜିଲ୍ଲା ର ଚାରି ବିଧାନସଭା ଆସନ ରୁ ତିନୋଟି ଆସନ ହାତେଇବାରେ ସଫଳ ହୋଇଛି ବିଜେପି । ନବରଙ୍ଗପୁର, ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜେପି ହାତକୁ ଯାଇଥିବା ବେଳେ ଏକ ମାତ୍ର ଆସନ ଡାବୁଗାଁ ନିର୍ବାଚନ ମଣ୍ଡଳୀ କୁ ପୁଣି ଥରେ ହାତେଇଛି ବିଜେଡି । ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଡ଼ଃ ଲିପିକା ମାଝୀଙ୍କ ଠାରୁ 21549 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉମର କୋଟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନିତ୍ୟନନ୍ଦ ଗଣ୍ଡ ବିଜୟୀ ହୋଇଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର ନବିନା ନାୟକ ଙ୍କୁ 10197 ଭୋଟ ରେ ପରାସ୍ତ କରିଛନ୍ତି ।ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝୀ ବିଜୟୀ ହୋଇ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର କୌଶଲ୍ୟା ପ୍ରଧାନୀ ଙ୍କୁ 24699 ଭୋଟ ରେ ପରାସ୍ତ କରିଛନ୍ତି । ସେପରି ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାର୍ଥୀ ନରସିଂହ ଭତ୍ରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରମେଶ ମାଝୀ ଙ୍କୁ 3278 ଖଣ୍ଡ ଭୋଟ ରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ବିଜେପି ର ବଳଭଦ୍ର ମାଝୀ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସମସ୍ତେ ନିଜ ନିର୍ବାଚନ ମଣ୍ଡଳୀର ଅଧୁରା କାମ ସହ ଲୋକଙ୍କ ଆସ୍ଥାଭାଜନ ହେବେ ବୋଲି କହିଛନ୍ତି । ବିଜେପି ପ୍ରାର୍ଥୀ ମାନେ ଏ ଶ୍ରେୟ ଭୋଟରଙ୍କୁ ଦେବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ବାଇଟ–ବଳଭଦ୍ର ମାଝୀ–ବିଜେପି ସାଂସଦବାଇଟ—ନିତ୍ୟନନ୍ଦ ଗଣ୍ଡ–ଉମର କୋଟ ବିଜେପି ବିଧାୟକ ପ୍ରାର୍ଥୀବାଇଟ–ନରସିଂହ ଭତ୍ରା–ଝରି ଗାଁ ବିଜେପି ପ୍ରାର୍ଥୀବାଇଟ–ମନୋହର ରନ୍ଧାରୀ–ବିଜେଡି ବିଧାୟକ ପ୍ରାର୍ଥୀ
