ନବ ନିର୍ବାଚିତ ବ୍ରହ୍ମପୁର ଓ ଗୋପାଳପୁର ବିଧାୟକ ପାର୍ଥିଙ୍କୁ ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠନ
_ବ୍ରହ୍ମପୁର — ୬/୫/୨୦୨୪– ଚଳିତ ୨୦୨୪ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ଆସନରୁ ନବ ନିର୍ବାଚିତ ବିଜେପିର ବିଧାୟକ ପାର୍ଥି କେ . ଅନିଲ କୁମାର ଏବଂ ଗୋପାଳପୁର ବିଧାନସଭା ଆସନରୁ ନିର୍ବାଚିତ ବିଧାୟକ ବିଭୁତି ଭୁଷଣ ଜେନାଙ୍କୁ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିବାଦନ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହ ନୂତନ ସରକାର ପ୍ରତିଷ୍ଠା ହେବା ପାରେ ପ୍ରତିଶ୍ରୁତି ମୁତାବକ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ପଦକ୍ଷେପ ନେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।

ଶୁଭେଚ୍ଛା ଗ୍ରହଣ କରି ଗୋପାଳପୁର ବିଧାୟକ ଶ୍ରୀ ଜେନା ସେ ଏ ନେଇ ଅବଗତ ଅଛନ୍ତି ଏବଂ ଏହାର ଆବଶ୍ୟକାତା ରହିଛି ବୋଲି କହିଥିଲେ। ସେହିଭଳି ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର କହିଥିଲେ ଯେ ସହର ତଳି ଅଞ୍ଚଳ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ସର୍ବନିମ୍ନ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ କରିବାକୁ କମିଟିର ଯେଉଁ ଦାବୀ ରହିଛି ସେ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ କହିଥିଲେ ଏ ପ୍ରସଙ୍ଗ ଏକ ପ୍ରମୁଖ ଦାବୀ ଥିବା ମୁଁ ଜାଣିଚି। ମୋତେ ଏହି ସମ୍ବନ୍ଧୀୟ ଏକ ଫାଇଲ ଦିଅନ୍ତୁ ସାଂସଦଙ୍କ ସହ ଆଲୋଚନା କରି ଯାହା ପଦକ୍ଷେପ ନିଆଯିବା କଥା ନେବି। ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି. ସୁଦେଶ ପାତ୍ର, ସହ ସମ୍ପାଦକ ବି ଭି ସାଗର, ଉପଦେଷ୍ଟା ସୁବାଷ ପାତ୍ର, ବିଷ୍ଣୁ ଚରଣ ସାହୁ,ଏମ୍ . ନାର୍ଶୀଙ୍ଗୁଲୁ, ଦିଗାମ୍ବର ସାମନ୍ତରାୟ, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରଶାନ୍ତJ କୁମାର ପଣ୍ଡା , ହିମାଂଶୁ ଶେଖର ସାହୁ ଓ ବଳରାମ ପାତ୍ର ପ୍ରମୁଖ ସାମିଲ ଥିଲେ।
