ପାଉଛି ମୁଁ ଭଲ ତୁମକୁ ଏ ସାଥୀ

ପାଉଛି ମୁଁ ଭଲ ତୁମକୁ ଏ ସାଥୀ
ପାଉଥିବି ନିତି ଭଲ।
ଯେତେ ଦୁଃଖ ଆସୁ ଭୁଲି ପାରିବିନି
ତୁମକୁ ଏ ମୋର ମନ
ସାଇତି ରଖିଛି ଏଇ ହୃଦୟରେ
ତୁମର ସେ ସ୍ନେହ ପ୍ରେମ
ସାଇତି ରଖିଛି‌ ଅଭୁଲା ସ୍ମୃତି କୁ
ପ୍ରିତୀ ଭରା ସେହି ଦିନ
ଯେତେ ଦୁଃଖ ଆସୁ ଭୁଲି ପାରିବନି
ତୁମକୁ ଏ ମୋର ମନ
ବାଧା ବନ୍ଦନ ତ ଜୀବନରେ
ଆସୁଛି ଯେ ଆସୁ ଥିବ
ହେଲେ ଆମରି ଏ ପ୍ରେମ ବାଧା ବନ୍ଦନ କୁ
ଡେଇଁ ଆଗେ ଚାଲିଯିବ
ଜୀବନର ସୁନ୍ୟ ପଥରେ ମୁଁ ଥିଲି
ବାଟୋଇ ଯେ ଏକା ଏକା
ଜୀବନର ଏଇ ସୁନେଲି ମୋଡରେ
ହୋଇଥିଲ ତୁମେ ଦେଖା
ସେଇ ଦିନରୁ ଏଇ ମୋ ଭାଗ୍ୟରେ
ତୁମ ନାଁ ହେଲା ଲେଖା
ସବୁ ଜନ୍ମରେ ମୋ ତୁମେ ହୁଅ ସାଥୀ
ଏଇ ଯେ ମୋ ଶେଷ ଇଛା

ହିମାଦ୍ରି ମେହର

Leave a Reply

Your email address will not be published. Required fields are marked *