ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
…….ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ……ପାରାଦ୍ୱୀପ… ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରା ଯାଉଛି.ପାରାଦିପ ସ୍ଥିତ ଜେ ଏସ୍ ଡ ଵ୍ଲୁ ଉତ୍କଳ ଷ୍ଟିଲ୍ ପକ୍ଷରୁ କାର୍ଯ୍ୟାଳୟ ପରିସର ରେ ଏହି ଦିବସ ପାଳନ କରା ଯାଇଛି. ଚଳିତ ବର୍ଷ ମୂର୍ତ୍ତିକା ସରଂକ୍ଷଣ, ମରୁଭୁମି ଓ ମରୁଡି ସ୍ଥିରତା ବିଷୟ କୁ ନେଇ ସାରା ଦେଶରେ ପରିବେଶ ଦିବସ ପାଳନ କରା ଯାଇଛି.ଏହି ଅବସରରେ ସ୍ଥାନୀୟ ଜେ ଏସ୍ ଡ ବ୍ଲୁ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଧନଞ୍ଜୟ କୁମାର ସିହ୍ନା, ନିର୍ମଳେନ୍ଦୁ ପୁରେହିତ ପ୍ରଥମେ ବୃକ୍ଷରୋପଣ କରିଥିଲେ. ପରେ କାର୍ଯ୍ୟାଳୟର ଅନ୍ୟ ସମସ୍ତ ଅଧିକାରୀ କାର୍ଯ୍ୟାଳୟର ବିଭିନ୍ନ ସ୍ଥାନରେ ଗଛ ଲଗାଇ ଥିଲେ. ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ. ବଂଚିବାକୁ ନିର୍ମଳ ବାୟୁ, ସ୍ଵଛ ଜଳ, ଓ ବୃକ୍ଷର ଆବଶ୍ୟକତା ରହିଛି. ସେଥିପାଇଁ ସମସ୍ତେ ନିଜ ନିଜ ଘରେ କିମ୍ବା ଉପଯୁକ୍ତ ସ୍ଥାନରେ ଗଛ ଲଗାଇବାକୁ ବରିଷ୍ଠ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ.
