କାଳ ବୈଶାଖି ର ତାଣ୍ଡବ ଲୀଳା, ଗଛ ଡ଼ାଳ ଭାଙ୍ଗି ଆଠ ଗୋରୁ ମୃତ

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ ଆଜି ମଧ୍ୟାନ ସମୟ ରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ଘଡଘଡି ହୋଇଥିଲା ଯାହା ଫଳ ରେ ଗ୍ରାମ ରେ ଥିବା ଏକ ଗଛ ମୂଳ ରେ ଆଠ ଗୋଟି ଗାଈ ଗୋରୁ ଆଶ୍ରୟ ନେଇଥିବା ବେଳେ ହଠାତ ଗଛ ଡ଼ାଳ ଭାଙ୍ଗି ଗାଈଗୋରୁ ମାନଙ୍କ ଉପରେ ପଡିଥିଲା ଯାହା ଫଳରେ ଆଠ ଗୋଟି ଗୋରୁ ଗାଈ ଙ୍କର ଘଟଣା ସ୍ଥଳ ମୃତ୍ୟୁ ଘଟିଥିଲା।

କୈଳାସ ମୁଲି , ସୁରି ପାତ୍ର ଏବଂ ଜାଟିଆ ନାୟକଙ୍କ ଗାଈ ଗୋରୁ ବୋଲି ଜଣା ପଡିଥୁବା ବେଳେ ଗାଈ ଗୋରୁଙ୍କ ମାଲିକ ଗରିବ ଦିନ ମଜୁରିଆ ହେଇଥିବା ସକାଶେ ସେମାନଙ୍କୁ ଯଥା ସମ୍ଭବ କ୍ଷତିପୂରଣ ଦେବା ପାଇଁ ଗ୍ରାମ ବାସୀ ଦାବି କରିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *