ନିମାପଡ଼ାରେ ବିଜୟ ଉତ୍ସବ ପାଳିଲେ ପ୍ରଭାତୀ ପରିଡ଼ା

ନିମାପଡା ( )ନିମାପଡ଼ାର ପ୍ରଥମ ମହିଳା ବିଧାୟକ ପ୍ରଭାତୀ ପରିଡ଼ା ନିର୍ବାଚିତ ହେବାପରେ ନିମାପଡ଼ା ବିଜେପି ପକ୍ଷରୁ ଆଜି ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳିତ ହୋଇ ଯାଇଛି। ନିମାପଡ଼ାରେ ବିଜେଡ଼ିକୁ ଧରାଶାୟୀ କରି ପ୍ରଭାତୀଙ୍କୁ ବିଜୟମୁକୁଟ ପିନ୍ଧାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କିଙ୍ଗମେକର ତଥା ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ କର୍ମୀଙ୍କ ଗହଣରେ ହରିପୁର ଛକ ଠାରୁ ବିରାଟ ଶୋଭାଯାତ୍ରା ବାହାରି ଖେଲାର, ନିମାପଡ଼ା, ଚାରିଛକ ଅତିକ୍ରମ କରି ଗୋପ ବଣିଆସାହି ପର୍ଯ୍ୟନ୍ତ ଆସିଥିଲା। ହରିପୁର ଠାରୁ ଗୋପ ପର୍ଯ୍ୟନ୍ତ ରାସ୍ତାର ଦୁଇକଡରେ ଅପେକ୍ଷା କରି ରହିଥିବା ହଜାର ହଜାର ସଂଖ୍ୟକ ସମର୍ଥକ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ମୋ ନିର୍ବାଚନ ମଣ୍ଡଳୀବାସୀ ମୋ ଉପରେ ଯେଉଁ ଭରଷା ରଖି ମତେ ନିର୍ବାଚିତ କରିଛନ୍ତି ସେମାନଙ୍କ ସୁଖଦୁଃଖରେ ସେମାନଙ୍କ ସହିତ ମୁଁ ରହିଥିବି, ସେମାନଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବି ନିଶ୍ଚିତରୂପେ ସମାଧାନ କରିବି ବୋଲି କହିଛନ୍ତି ପ୍ରଭାତୀ। ଆମେ ଆଶା ରଖିଛୁ ପ୍ରଭାତୀ ପରିଡ଼ା ରାଜ୍ୟ ମନ୍ତ୍ରୀମଣ୍ଡଳରେ ନିଶ୍ଚିତ ସାମିଲ ହେବେ, ଓଡ଼ିଶାର ବିକାଶ ସହିତ ନିମାପଡ଼ାର ମଧ୍ୟ ବିକାଶ ହେବ। ଦଳମତ ନିର୍ବିଶେଷରେ ନିମାପଡ଼ାର ବିକାଶ ନିମନ୍ତେ ନିମାପଡ଼ା ଗୋପବାସୀ ଆମକୁ ଯେଉଁ ଭଲପାଇବା ଦେଇଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ ବୋଲି କହିଛନ୍ତି ପ୍ରଭାତୀ ପରିଡା।

Leave a Reply

Your email address will not be published. Required fields are marked *