ଜିତିବା ଖୁସିରେ ସହର ବାସୀଙ୍କୁ ଧନ୍ୟବାଦ
ଭଦ୍ରକ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଦେଖିଲେ ଏଥର ନୂଆ ବିଜେପିର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଶିତାଂଶୁଶେଖର ଶେଖର ମହାପାତ୍ର ନୂତନ ଭାବେ ନିର୍ବାଚିତ ପରେ ଭଦ୍ରକ ବିଧାନସଭା ର ସମସ୍ତ ବାସୀଙ୍କୁ ଧନ୍ୟବ।ଦ ଜଣାଇଲେ। ଭଦ୍ରକ ନିର୍ବାଚନ ମଣ୍ଡଳୀ ଟି ବିଜେଡି ଦଳ ଗଠନ ଦିନଠାରୁ ବିଜେଡି ଦଖଲରେ ଥିଲା।

ଦଳର ଚାଣକ୍ଯ କୁହାଯାଉଥିଲା ପ୍ରଫୁଲ୍ଲ ସାମଲ ଙ୍କୁ ଏବଂ କଂଗ୍ରେସ ଦଳ ଟାଣୁଆ ନେତା କୁହାଯାଉଥିଲା ଅଶିତ ପଟ୍ଟନାୟକ ଙ୍କୁ କିନ୍ତୁ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ସରିଯାଇଛି। ନୂତନ ଭାବେ ନିର୍ବାଚିତ ଭାରତୀୟ ଜନତାପାଟିର୍ର ବିଧାୟକ ଶ୍ରୀଯୁକ୍ତ ଶିତାଂଶୁଶେଖର ଶେଖର ମହାପାତ୍ର ୧୬ ହଜାର ରୁ ଅଧିକ ଭୋଟ ରେ ବିଜେଡି ଗଡକୁ ଭାଙ୍ଗି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ପରେ ଆଜି ଅପରାହ୍ନରେ ସ୍ଥାନୀୟ ଜିଲ୍ଲା ଭାରତୀୟ ଜନତାପାଟି କାର୍ଯ୍ଯାଳୟ ଠାରୁ ଏକ ରାଲିରେ ସହର ପରିକ୍ରମା କରିଥିଲେ। ବିଜେଡି ଏବଂ କଂଗ୍ରେସ ଏକ ଦୁର୍ନିତି ଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟାଇଛନ୍ତି ଜନସାଧାରଣ। ଅନେକ ଟଙ୍କା ବଳ ଓ ଶାସକ ଦଳର ଧମକ ଚମକ କୁ ଖାତିର ନକରି ମୋତେ ଭୋଟ ଦେଇ ବିଧାୟକ ଭାବେ ଜିତାଇଥିବାରୁ ଭଦ୍ରକ ବାସୀଙ୍କୁ ପ୍ରସଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଭଦ୍ରକ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଦେଖିଲେ ଏଥର ନୂଆ ବିଧାୟକ। ପୂର୍ବ ଥର ର ଶାସକ ଦଳ ର ବିଧାୟକ ପ୍ରଫୁଲ୍ଲ ସାମଲ , ଅଶିତ ପଟ୍ଟନାୟକ ଙ୍କୁ ପରାସ୍ତ କରି ବିଜୟ ର ମୁକୁଟ ପିନ୍ଧିଲେ ବିଜେପି ଦଳ ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତଶିତାଂଶୁଶେଖରଶେଖରମହାପାତ୍ର । ଭଦ୍ରକ ବିଧାସଭା ର ସମସ୍ତ ସଦସ୍ଯ ଙ୍କୁ ଶୁଭେଚ୍ଛାର ବାର୍ତା ଏବଂ ଭଦ୍ରକ ଇତିହାସ ରେ ଲିପିବଦ୍ଧ ହୋଇ ରହିଲା ,ହଜାର ହଜାର ସଂଖ୍ୟକ ଲୋକ ଆସି ଫୁଲ ଗୁଛ ଦେଇ ସ୍ବାଗତ ପ୍ରଦାନ କରିଥିଲେ
