ବସ୍ ଭିତରେ ହିଁ ମୃତ୍ୟୁ ପରି ଏକ ଅଭାବନୀୟ ଘଟଣା

l ।ବରପାଲି ତା:୦୭-୦୬ ବସ ଯାତ୍ରା କରୁଥିବା ଜଣେ ଯାତ୍ରୀ ଙ୍କ ବସ୍ ଭିତରେ ହିଁ ମୃତ୍ୟୁ ପରି ଏକ ଅଭାବନୀୟ ଘଟଣା ବରପାଲି ରେ ଘଟିଯାଇଛି ।ଘଟଣା ରୁ ପ୍ରକାଶ ଯେ ତୁଷୁରା ରୁ ବରଗଡ଼ ଯାଉଥିବା( ଓଡ଼ି ୦୩- ଏମ ୧୪୪୨)ଜଗା ବଳିଆ ବସ୍ ରେ ତୁଷୁରା ନିକଟସ୍ଥ ଜାମୁଟ ଗ୍ରାମ ରୁ ଜଣେ ଯାତ୍ରୀ ବରଗଡ଼ ଯିବା ପାଇଁ ବସ ରେ ଉଠିଥିଲେ । ବସ କଣ୍ଡକ୍ଟର ଙ୍କ ସୂତ୍ର ରୁ ପ୍ରକାଶ ଯେ ଯାତ୍ରୀ ଜଣକ ସୁବର୍ଣ୍ଣ ପୁର୍ ଜିଲ୍ଲା ର ଡୁଙ୍ଗୁରିପାଲି ଗ୍ରାମ ରେ ବସ ଅଟକି ଥିବା ବେଳେ ସେଠାରେ ସେ ଥଣ୍ଡା ପାନୀୟ ପିଇ ବସ୍ ରେ ପୁଣି ଉଠିଥିଲେ । ହେଲେ କିଛି ସମୟ ପରେ ସେ ଅସୁସ୍ଥତା ଅନୁଭବ କରୁଥିବା କଣ୍ଡକ୍ଟର ଙ୍କୁ କହିବା ପରେ ତାଙ୍କୁ ଏକ ସିଟ୍ ରେ ଶୋଇ ଯାଇ ବିଶ୍ରାମ ନେଇଥିଲେ । ହେଲେ ବରପାଲି ବସ୍ ଷ୍ଟାଣ୍ଡ ରେ ଗାଡି ଅଟକିବା ପରେ ତାଙ୍କ ସେ ମୃତ ଥିବା ସନ୍ଦେହ କରି ବରପାଲି ପୋଲିସ କୁ ଖବର ଦେଇ ତୁରନ୍ତ ସରକାରୀ ଡାକ୍ତରଖାନା କୁ ଅଣାଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *