*+2 କଳାରେ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
– ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ରୂପାଲି ସେଠୀ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ 471 ନମ୍ବର ରଖି ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଆଜି କାଦୁଅପଡା ସ୍ଥିତ ଚଣକ୍ୟ କୋଚିଂ ସେଣ୍ଟର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ସେ 7.9 ପ୍ରତିଶତ ନମ୍ବର ରଖି ମହାବିଦ୍ୟାଳୟ ର ଦ୍ଵିତୀୟ ସ୍ଥାନରେ ରହିଛନ୍ତି । କାଦୁଅପଡା ଗ୍ରାମର ସୁକାନ୍ତ କୁମାର ସେଠୀ ଙ୍କ ଝିଅ ରୂପାଲି ଆଜି ଅଞ୍ଚଳ ପାଇଁ ଗର୍ବ ଆଣିପାରିଛନ୍ତି । ତେବେ କୋଚିଂ ସେଣ୍ଟର ର ପାର୍ଥସାରଥୀ ସାହୁ ଓ ରଶ୍ମିରେଖା ସ୍ୱାଇଁ ତାଙ୍କୁ ଉତ୍ତରୀୟ ଓ ଉପହାର ହେଇ ସମ୍ବର୍ଦ୍ଧିତ କରିଥିଲେ ।
