ସୁଭଦ୍ରା ଯୋଜନା ନାମରେ ଟଙ୍କା ହଡପ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ଏସପି ଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର, ୯/୬ : (ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ସୁଭଦ୍ରା ଯୋଜନା ନାମରେ ଏକ ବେସରକାରୀ ସଂସ୍ଥାର ସଦସ୍ୟ ଗଣ ଟଙ୍କା ହଡ଼ପ କରୁଥିବାର ଅଭିଯୋଗ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉ କି, ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନୀ ଇସ୍ତାହାରରେ ସୁଭଦ୍ରା ଯୋଜନାରେ ରାଜ୍ୟର ମହିଳା ମାନଙ୍କୁ ୫୦୦୦୦/ ଟଙ୍କାର ଟୋକେନ୍ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲା। ଏହାର ସୁଯୋଗ ନେଇ କିଛି ବେସରକାରୀ ସଂସ୍ଥାର ଅସାମାଜିକ ବ୍ୟକ୍ତିମାନେ ବ୍ରହ୍ମପୁର ଜନସାଧାରଣଙ୍କ ଠାରୁ ବେଆଇନ୍ ଭାବେ ଟଙ୍କା ହଡ଼ପ କରିବାର ଅଭିଯୋଗ ଆସିଛି ।

ଏହି ଖବର ଅବଗତ ହେଲାପରେ ଗଞ୍ଜାମ ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ ଘଟଣା ସ୍ଥଳରେ ପହଞ୍ଚି ଏହାର ବିରୋଧ କରିଥିଲେ । ଏହି ସମୟରେ ସଂସ୍ଥା ତରଫରୁ ଫୋନ୍ ଜରିଆରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସିଥିଲା । ଅନ୍ୟ ରାଜନୈତିକ ଦଳ ପକ୍ଷରୁ ଭାରତୀୟ ଜନତା ପାର୍ଟିକୁ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇ ଦିଆଯାଇଛି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ପରେ ଲୋକଙ୍କ ନିକଟରେ ସୁଭଦ୍ରା ଯୋଜନାର ସୁବିଧା ଯୋଗାଇ ଦିଆଯିବ । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏଥିରେ ସଂପୃକ୍ତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ପାଇଁ ଦାବୀ କରାଯାଇଛି । ଆଜି ଏସପିଙ୍କୁ ସାକ୍ଷାତ ସମୟରେ କର୍ପୋରେଟର ସବିତା ସାହୁ, କର୍ପୋରେଟର ବନିତା ସାହୁ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ, ନିବେଦିତା ପାଢ଼ୀ,ଲକ୍ଷ୍ମୀ ବେହେରା,ପ୍ରାଚୀ ଦାସ,ନିରୁ ନାୟକ,ଗୀତା ଦାସ,ପୂଜା ମହାପାତ୍ର,ସ୍ମିତାରାଣୀ ପାଣିଗ୍ରାହୀ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *