ପ୍ରଥମ ଚିଠି ମୋର

ପ୍ରଥମ ଚିଠି ମୋର
ପାଇଲି ତୁମଠୁ,
ମନେ ମନେ ଖୋଜେ ଭାରି
ଅଧିକ ମୁଁ ନିଜଠୁ।
ପାଇଛି ତୁମଠୁ ମୋର
ଖୁସୀ ଜୀବନର,
ବର୍ଣ୍ଣନାପାରୁନି କରି
ଆନନ୍ଦ ହୃଦୟର।
ପ୍ରଥମ ଦେଖାର ସେଇ
ପ୍ରଥମ ସ୍ପର୍ଶରେ,
ହଜିଯାଏ ମନମୋର
ତୁମରି ପାଖରେ।
ଲାଗେ ସତେ ତୁମେ
ସ୍ବର୍ଗର ଅପସରୀ,
ଆସିଛ ମୋ ପାଶେ
କରିବାକୁ ମନଚୋରୀ।
ପ୍ରଥମ ଚିଠି ମୋର ପାଇଲି ତୁମଠୁ…
ମନେ ମନେ ଖୋଜେ ଭାରି ଅଧିକ ମୁଁ ନିଜଠୁ
ଅଧିକ ମୁଁ ନିଜଠୁ…

ହିମାଦ୍ରି ମେହର

Leave a Reply

Your email address will not be published. Required fields are marked *