CPIM ପ୍ରୋଟେଷ୍ଟ

କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦର ଆକାଶ ଛୁଆଁ. ବିଦ୍ୟୁତକୁ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି ମୋଦୀ ସରକାର ନାସନାଲ ମାନିଟାଇଜେସନ ପାଇପି ଲାଇନ ନୀତି ଦ୍ୱାରା ଦେଶର ସମ୍ପଦକୁ ଅଦାନୀ ଅମ୍ବାନୀ କୁ ବିକିଦେବେ.କୋଭିଡ ରେ ଲୋକ ଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ ଗଲା ତାହା ପ୍ରଶ୍ନ ବାଚୀ. କଳା କୃଷି ଆଇନି, ଶ୍ରମିକ ବିରୋଧୀ ଚାରିଟି ଶ୍ରମ କୋଡ଼ ପ୍ରତ୍ୟାହାର ଦାବୀ ନେଇଆଜି ସି ପି ଆଇ (ଏମ )ପକ୍ଷରୁ ପୁରୀ ଜିଲ୍ଲା ପାଳ ଅଫିସ ରେ ବିକ୍ଷୋଭ କରାଯାଇ ଦାବୀ ପତ୍ର ଦିଆଯାଇଛି. ଏଥିରେ ଉଲ୍ଲେଖ ଅଛି ଯେ
ଲୋକଙ୍କ ଆର୍ଥିକ କ୍ଷମତା ବଢାଇବା ପାଇଁ ଆର୍ଥିକ ପାକେଜ,ଜିନିଷ ପତ୍ର ତୈଳ, ଗ୍ୟାସ ଔଷଧ ପତ୍ରର ଦର କମାଇବା, ବିଦ୍ୟୁତକୁ ଘରୋଇ କମ୍ପାନୀ ହାତରୁ ଉଦ୍ଧାର କରିବା, ମନରେଗାରେ ଦୁଇ ସହ ଦିନ କାମ ଛ ସହ ଟଙ୍କା ମଜୁରୀ, ଦେବା ଦେଶ ରାଷ୍ଟ୍ରାୟତ ଉଦ୍ୟୋଗକୁ ରକ୍ଷା କରିବା,ବସ୍ତି ଅଞ୍ଚଳ ଲୋକଙ୍କୁ ବାସ ଗୃହ ଯୋଗାଇବା ପ୍ରଭୃତି ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିରେ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ, ରେବତୀ ମହାପାତ୍ର,,ମନୋରଞ୍ଜନ ମହାରଣା,ହାରାମଣି ମହାପାତ୍ର, ପୂର୍ଣ୍ଣ ମୁଦୁଲି, ତ୍ରିନାଥ ଭୋଇ, ଲକ୍ଷ୍ମୀଧର ଦାସ, ଅମରେନ୍ଦ୍ର ନନ୍ଦ, ବିଭୁତି ରାଉତରାୟ, ବାହାନ ପରିଡା ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *