ଗଁଦିଆ ସ୍ମୃତି ସଂସଦ ତରଫରୁ ରଜ ମହୋତ୍ସବ ପାଳିତ

ଗଁଦିଆ ସ୍ମୃତି ସଂସଦ ତରଫରୁ ରଜ ମହୋତ୍ସବ ପାଳିତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ”ଗଁଦିଆ ସ୍ମୃତି ସଂସଦ”ତରଫରୁ ରଜ ମହୋତ୍ସବ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ବିଧାରପୁର ପରିସରରେ ପାଳିତ ହୋଇଯାଇଅଛି। ଗଁଦିଆ ସ୍ମୃତି ସଂସଦ ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗଁଦିଆ ସ୍ମୃତି ସଂସଦ ର ମୁଖ୍ୟ ଉପଦେଷ୍ଟା ତଥା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ଢେଙ୍କାନାଳ ର‌ ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ ଓଡ଼ିଶାର ଗଣପର୍ବ “ରଜପର୍ବ”ପାଳନ ବିଷୟରେ ଭାଇଚାରାର ଭାବ ସୃଷ୍ଟି ହୁଏ ବୋଲି ମତ ରଖିଥିଲେ।

ଶ୍ରୀ ସାହୁ ରଜ ପର୍ବ କୃଷି କାର୍ଯ୍ଯ କୁ ଆହ୍ବାନ ଦେଇଥିବାରୁ ସମସ୍ତ ଜନସାଧାରଣଙ୍କ ମନରେ ଭାତୃଭାବ ଜାଗ୍ରତ ହୁଏ ‌ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ତାପସ କୁମାର ରାଉତ, ଉପଦେଷ୍ଟା ଦଣ୍ଡଧର ସାହୁ, ଉପସଭାପତି ଡମ୍ବରୁଧର ସେଠୀ, ପୁର୍ଣ୍ଣ ଚନ୍ଦ୍ର ସାହୁ, ମାର୍ଗ ଦର୍ଶକ ବିଦ୍ୟାଧର ସାହୁ ବିକାଶ ଚନ୍ଦ୍ର ମିଶ୍ର, ସଭ୍ୟ ଉମେଶ ଚନ୍ଦ୍ର ଧୀର ଭାଇଚାରାର ପର୍ବ ଓ ଗଣ ପର୍ବ ବିଷୟ ରେ ଆଲୋଚନା କରିଥିଲେ । ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ର ଗ୍ରନ୍ଥ ଗାର ସହାୟକ ଅମର କୁମାର ପ୍ରଧାନ, ବରିଷ୍ଠ ସହାୟକ ବିଧୁଭୁଷଣ ମହାନ୍ତି କାର୍ଯ୍ୟକ୍ରମ ରେ ସକ୍ରୀୟ ସହଯୋଗ କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *