ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ଫାଉଣ୍ଡେସନ ଡେ ପାଳନ
ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ଫାଉଣ୍ଡେସନ ଡେ ପାଳନ।ବ୍ରହ୍ମପୁର, ଟାଟା ବେଞ୍ଜ ସ୍ଥିତ ମାଇଁ ସ୍କୁଲ ଇଟାଲୀ ଠାରେ ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ଫାଉଣ୍ଡେସନ ଡେ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି।ସ୍ପନ୍ଦନ ଫାଉଣ୍ଡେସନ ଟ୍ରଷ୍ଟର ଦିଲ୍ଲୀପ କୁମାର ମହାପାତ୍ର, ମହାନ ସଂଘର ସଭାପତି ସୁଶାନ୍ତ କୁମାର ସାବତ,ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ମାଇଁ ସ୍କୁଲ ଇଟାଲୀ ର ପ୍ରିନ୍ସପାଲ ଉଷା ରାଣୀ ପାଢ଼ୀ,ସୁରଭି ର ଉପଦେଷ୍ଟା ପୁଷ୍ପାଞ୍ଜଳି ମହାପାତ୍ର, ଟ୍ରଷ୍ଟର ସଦସ୍ୟ ସସ୍ମିତା ସାହୁ,ଅନ୍ତର୍ଯ୍ୟାମୀ ପାତ୍ର,ଗାୟତ୍ରୀ, ରଞ୍ଜିତା ପ୍ରମୁଖ ଯୋଗ ଦେଇ ଦ୍ଵୀପ ପ୍ରଜ୍ଜ୍ୱଳନ କରି ରଞ୍ଜିତା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।ଏହି ଫାଉଣ୍ଡେସନ ଡେ ରେ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଡ୍ରଇଂ, ପିକ୍ଚର କଲରିଂ, ହେଣ୍ଡ ରାଇଟିଂ,ଏମିତି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
