ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ମଇନ୍ଦିପୁର ଠାରେ 3 ଦିନ ଧରି ଚାଲିଥିବା ରଜ ଉତ୍ସବ ଉଦଯାପିତ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ମଇନ୍ଦିପୁର ଠାରେ ଜନାର୍ଦ୍ଦନ ଶିଶୁ ଉଦ୍ୟାନ ଓ ପାଠାଗାର କମିଟି ପକ୍ଷରୁ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଦଯାପିତ ହୋଇ ଯାଇଛି । ଶ୍ରୀକୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ନବନିର୍ବାଚିତ ସାଂସଦ ବିଭୁ ପ୍ରସାଦ ତରାଇ, ଶୁଭ ଦାଶଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିବା ସହିତ ରାଜ୍ୟ ପର୍ବ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଓ ଏଭଳି ରଜ ପର୍ବ କୁ ଆୟୋଜନ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ ବୋଲି ଅତିଥିମାନେ କହିଛନ୍ତି । ପରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଭା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଶେଷ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ଉପସ୍ଥିତ ରହିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଇ ଥିଲେ ।

Leave a Reply

Your email address will not be published. Required fields are marked *