ରାଇକିଆ ଠାରେ ନବ ନିର୍ବାଚିତ ସାଂସଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ତା 17/6/24 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଠାରେ ବିଜେପି ର ବିଜୟ ଶୋଭାଯାତ୍ରା ବାହାର କରାଯାଇ ସାଂସଦ ପ୍ରାର୍ଥୀ ଶ୍ରୀ ଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଅଛି।ସାଂସଦ ପ୍ରାର୍ଥୀ ରାଇକିଆ ଠାରେ ପହଂଚିବା ପରେ ବେରେଡାକିଆ ଛକ ଠାରେ ସହ ସହ ବିଜେପି କର୍ମୀ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହିତ ଉପଢୌକନ ଦେଇ ସ୍ୱାଗତ କରିଥିଲେ।ବାଜା ବାଜଣା ସହିତ ସହର ପରିକ୍ରମା କରିବା ପରେ ରାଇକିଆ ବସ୍ ଷ୍ଟାଣ୍ଡ ଠାରେ ପହଂଚି ଥିଲେ।ପରେ ସେଠାରେ ରାଇକିଆ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ଯଥା ଜଗନାଥ ପୂଜା କମିଟି, ରାଇକିଆ ବଣିକ ସଂଘ, ପୂଜା କମିଟି, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ବଜରଂଗୀ କମିଟି,ବାପିସ୍ଟି ଚର୍ଚ୍ଚ, କାଥଲିକ ଚର୍ଚ୍ଚ, ନାଗରିକ ମଞ୍ଚ, ପ୍ରେସ କ୍ଲବ ଭଳି ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଘୁ. ଉଦୟଗିରି ବିଧାନ ସଭା ସଂଯୋଜକ ସନ୍ତୋଷ ଲେଙ୍କା, ମଣ୍ଡଳ ସଭାପତି ନାରାୟଣ ପାତ୍ର, ଗୋପାଳ କୃଷ୍ଣ ପଣ୍ଡା , ବାବୁଲା ପଟନାୟକ, ସନ୍ତୋଷ ପାତ୍ର,ମାନ ଗୋବିନ୍ଦ ପ୍ରଧାନ ଙ୍କ ସହିତ ଘୁ. ଉଦୟଗିରି, ଟିକାବାଲି, ଦାରିଙ୍ଗବାଡ଼ି ଅଞ୍ଚଳ ରୁ ଆସିଥିବା କାର୍ଯ୍ୟକର୍ତ୍ତା ଙ୍କ ସହିତ ବହୁ ବିଜେପି କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ।
