ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ସମ୍ବର୍ଦ୍ଧନା ସମାରୋହ ।

ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ସମ୍ବର୍ଦ୍ଧନା ସମାରୋହ ।ଓଡ଼ିଶା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ସମ୍ବର୍ଦ୍ଧନା ସମାରୋହ ପରିଷଦ ର ସଭାପତି କଳା ଭୂଷଣ ପ୍ରଶାନ୍ତ କୁମାର କର ଙ୍କ ଅଧ୍ୟକ୍ଷତାରେ ଜୁନ ମାସ ଷୋହଳ ତାରିଖ ରେ କଟକ ସହର ର କଳା ବିକାଶ କେନ୍ଦ୍ର ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।କଳା ବିକାଶ କେନ୍ଦ୍ର ରେ ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ରେ ଓଡ଼ିଶା ର ପ୍ରାୟ ଛଅ ଶହ ପ୍ରତିଭା ଙ୍କ ସମ୍ମୁଖରେ କଟକ ର‌ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ।

ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଯାଜପୁର ର ଲୋକ ସଭା ସାଂସଦ ରବିନାରାୟଣ ବେହେରା କଳା ସଂସ୍କୃତି ଉପରେ ଆଲଚନା କରିଥିଲେ। କଟକରବାରବାଟି ନବ ନିର୍ବାଚିତ ବିଧାୟିକା ସୋଫିଆ ଫିର୍ଦୋଷ ଦିଗ ପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର , ପ୍ରାକ୍ତନ ପୋଲିସ ମହାନିର୍ଦ୍ଦେଶକ ଡଃ ସତ୍ୟଜିତ ମହାନ୍ତି , ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ ବିଶିଷ୍ଟ ଅତିଥି ରୂପେ ଯୋଗଦାନ କରି ନବ ନିର୍ବାଚିତ ଲୋକସଭା ସାଂସଦ କଟକ ବଡ଼ ଭର୍ତ୍ତୁହରି ମହତାବ , ଯାଜପୁର ସାଂସଦ ରବିନାରାୟଣ ବେହେରା, କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋଷ, ଦିଗ ପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଙ୍କ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ସାଧାରଣ ସମ୍ପାଦକ ଈଶ୍ୱର ‌ଚନ୍ଦ୍ର ନାୟକ ଙ୍କ ସହିତ ଭାରତ ଜୟଦେବ ସଂସ୍କୃତି ସଭାପତି ସଞ୍ଜୁ ବାଳା ମିଶ୍ର ଙ୍କ ସହିତ ପ୍ରାୟ ଉଣିଶ ଜଣ ଅତିଥି ଉପସ୍ଥିତ ହୋଇ ଓଡ଼ିଶା ର ଛଅ ଶହ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନ ର ବାର୍ଷିକ ମୁଖପାତ୍ର ‌କୁ ମଞ୍ଚାସୀନ ଅତିଥି ମାନେ ଉନ୍ମୋଚିତ କରିଥିଲେ।

Leave a Reply

Your email address will not be published. Required fields are marked *