ଗୁଣନିଧିଙ୍କର ଗୁଣ ହଜାରେ

. ଗୁଣନିଧିଙ୍କର ଗୁଣ ହଜାରେ. ଅବସର ପରେ ବି ନିମାପଡା ବ୍ଲକରେ। ସୂଚନା ମୁତାବକ ଗୁଣନିଧି ସାହୁ। ଘର ଅସ୍ତରଙ୍ଗ। ଗ୍ରାମ ପଂଚାୟତ ଅଫିସର ଭାବରେ ପ୍ରାୟ 7 ବର୍ଷ ତଳେ କୃଷ୍ଣ ପ୍ରସାଦ ବ୍ଲକରୁ ଅବସର ନେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଗୁଣନିଧି ବାବୁ ନିମାପଡା ବ୍ଲକରେ କରୁଛନ୍ତି କଣ । ନିମାପଡା ବ୍ଲକରେ ଗୁଣନିଧି ବାବୁଙ୍କର ଏଣ୍ଟ୍ରି କିପରି ହେଲା। ଗୁଣନିଧି ବାବୁଙ୍କୁ କାର୍ଯ୍ୟାଳୟର ଅଧିକାରୀଙ୍କ ସିଟରେ ବସିବାକୁ ପରମିଶନ କିଏ ଦେଲା। ଏତେ ବର୍ଷ ଧରି ନିରଙ୍କୁଶ ଭାବରେ ସେ କିପରି କାର୍ଯ୍ୟ କରୁଛନ୍ତି।

ଗୁଣନିଧି ବାବୁଙ୍କୁ ବ୍ଲକରେ ଏଣ୍ଟ୍ରି କରାଇବା ପଛରେ କିଏ ଅଛନ୍ତି। ବିନା ପାରିଶ୍ରମିକରେ ବାବୁ ଜଣଙ୍କ କାହିଁକି କାର୍ଯ୍ୟ କରି ଚାଲିଛନ୍ତି। ଶୁଣା ହେଉଛି ବାବୁଙ୍କର ସମସ୍ତ କାର୍ଯ୍ୟରେ ଦକ୍ଷତା ଅଭଜ୍ଞତା ଅଛି ସେଥିପାଇଁ ସେ ଏଠାରେ ଅନେକ କର୍ମଚାରୀଙ୍କୁ କାର୍ଯ୍ୟରେ ସହଯୋଗ କରୁଛନ୍ତି। ସେ ଯାହା ବି ହେଉ ଜଣେ ଅବସର ପ୍ରାପ୍ତ କର୍ମଚାରୀଙ୍କ ବ୍ଲକର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ନେଇ ଅନେକ ପ୍ରଶ୍ନ ଏବେ ସନ୍ଦେହ ଘେରରେ।ତେବେ ଗୁଣନିଧି ବାବୁ ବ୍ଲକ କାର୍ଯ୍ୟାଳୟରେ ବ୍ଲକର କର୍ମଚାରୀଙ୍କ ଭଳି ପ୍ରତେକ ଦିନ କାର୍ଯ୍ୟାଳୟକୁ ଆସିଥାନ୍ତି। ପ୍ରତି ଡିପାର୍ଟମେଣ୍ଟରେ ନିହାତି ଭାବରେ ଗୁଣନିଧି ବାବୁଙ୍କୁ କାମ କରିବାର ଦେଖିବାକୁ ମିଳିଥାଏ। ପ୍ରତି ସେକ୍ସନରେ ବିଭାଗୀୟ ଅଧିକାରୀଙ୍କ ଚେୟାରରେ ବସି କାର୍ଯ୍ୟ ସମ୍ପାଦନ ମଧ୍ୟ କରିଥାନ୍ତି। ଏଠି ପ୍ରଶ୍ନ ଉଠୁଛି ବି. ଡ଼ି. ଓ ଏ ବାବଦରେ ଜାଣିଛନ୍ତି ତ ଏ କର୍ମଚାରୀ କି ନୁହଁନ୍ତି?ଅବସରପ୍ରାପ୍ତ କର୍ମଚାରୀଙ୍କ ବ୍ଲକରେ ଭୂମିକା କଣ?ଏଥିପ୍ରତି ବିଡ଼ିଓ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

ରିପୋର୍ଟ୍ -ନିବେଦିତା ମିଶ୍ର

Leave a Reply

Your email address will not be published. Required fields are marked *