ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଆର୍ଟ ଅଫ ଗିଭିଂ ଡେ ପାଳିତ
– ଜଗତସିଂହପୁର ସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ ଯୋଗଦେଇ କୀଟ କିସ କିମସ ଓ ଆର୍ଟ ଅଫ ଗିଭିଂର ପ୍ରାଣପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ । ସାରା ବିଶ୍ୱରେ ଏହି ଆର୍ଟ ଅଫ ଗିଭିଂ ଦିବସକୁ ନେଇ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଡ଼ଃ ସାମନ୍ତଙ୍କ ଅନ୍ୟକୁ ଦେବାର କଳାର ପ୍ରୟାସକୁ ଉପସ୍ଥିତ ସମସ୍ତ ଅତିଥି ଭୁୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ନାନିତ ଅତିଥିଭାବେ ବିନାୟକ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାସ ,ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ,କୀଟକିସର କ୍ରୀଡା ନିର୍ଦେଶକ ଗଗନେନ୍ଦୁ ଦାସ ପ୍ରମୁଖ ଯୋଗଦେଇ ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଡ଼ଃ ସାମନ୍ତଙ୍କ ଏହି ମହତ୍ତ୍ୱ ଚିନ୍ତାଧାରା ଆର୍ଟ ଅଫ ଗିଭିଂ ୨୦୧୩ ମସିହାରୁ ପ୍ରତି ବର୍ଷ ସାରା ବିଶ୍ୱରେ ପାଳନ କରାଯାଉଥିବାରୁ ଆଜି ଜଗତସିଂହପୁର ଜିଲ୍ଲା ସ୍ତରୀୟ ପାଳନ ଅବସରରେ ଡ଼ଃ ସମାନ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
