ପାରାଦ୍ୱୀପ ମତ୍ସ୍ୟ ବ୍ୟବସାୟ ସଂଘ ପକ୍ଷରୁ ମନ୍ତ୍ରୀ ଓ ସାଂସଦ ଙ୍କୁ ସମ୍ବର୍ଦ୍ଧନା

– ଶିଳ୍ପ ନଗରୀ ପାରାଦୀପ ର ମତ୍ସ୍ୟ ବ୍ୟବସାୟ ପେଣ୍ଠସ୍ତଳ କୁହାଯାଉଥିବା ବାଲିପ୍ଲଟ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ସାଂସଦ ବିଭୁ ପ୍ରସାଦ ତରାଇ , ଓ ମହାକାଳପଡା ବିଧାୟକ ଡଃ ଦୂର୍ଗା ପ୍ରସନ୍ନ ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି | ପାରାଦୀପ ମାଟିର ପୁଅ ତଥା ଯୁବନେତା ମନ୍ତ୍ରୀ ଭାବେ ପଦ ଅଳଙ୍କୃତ କରିବାପରେ ପାରାଦୀପ ରେ ତାଙ୍କୁ କାର୍ତ୍ତିକେଶ୍ଵର ମତ୍ସ୍ୟ ବ୍ୟବସାୟୀ ସଂଘ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରି ସମ୍ବର୍ଦ୍ଧିତ କରିଛି | ସ୍ତାନୀୟ ଅଠରବାଙ୍କୀ ଠାରୁ ମନ୍ତ୍ରୀ ସାଂସଦ ଓ ବିଧାୟକ ଙ୍କୁ ବାଣ ଫୁଟାଇ ବାଜା ବଜାଇ ଭବ୍ୟ ସ୍ଵାଗତ ସହ ମଞ୍ଚକୁ ପାଛୋଟି ନିଆଯାଇଥିଲା |ମତ୍ସ୍ୟ ସଂଗଠନ ର ବିଭିନ୍ନ ଦାବି ଓ ଅନେକ ଅସୁବିଧା ଅଛି ଯାହାର ସମାଧାନ ଖୁବ ଶୀଘ୍ର କରାଯିବ । ପାରାଦୀପ ର ବିକାଶ ନିଶ୍ଚିନ୍ତ ହେବ । ଏଠି ରାଜନୀତି ହେବନି ବିକାଶ ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ପାରାଦୀପ ର ବିକାଶ ଆମର ଲକ୍ଷ୍ୟ | ଏଠି ଅନେକ ସମସ୍ୟା ଅଛି | ଯାହାର ସମାଧାନ ଖୁବ ଶୀଘ୍ର ହେବ ବୋଲି ମନ୍ତ୍ରୀ ଓ ସାଂସଦ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *