ଦୀର୍ଘବର୍ଷ ଧରି ବିଜୁ ଜନତାଦଳ ଦେଖାଳରେ ରହି ଆସିଥବା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଏଥର ବାଜିମାତ କରିଛି କଂଗ୍ରେସ

ଦୀର୍ଘବର୍ଷ ଧରି ବିଜୁ ଜନତାଦଳ ଦେଖାଳରେ ରହି ଆସିଥବା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଏଥର ବାଜିମାତ କରିଛି କଂଗ୍ରେସ. ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ ଗତ ନିର୍ବାଚନରେ ବିପୁଳ ଭୋଟର ବିଜୟୀ ହୋଇ ଛନ୍ତି. ଜନସାଧାରଣଙ୍କ ଆଶୀର୍ବାଦ ଏବଂ କଂଗ୍ରେସ କର୍ମୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ସେ ବିଜୟ ଲାଭ କରିଛନ୍ତି ବୋଲି କହିଛନ୍ତି. ଏଥିପାଇଁ ସେ ସମସ୍ତ ଜନସାଧାରଣ ଓ କଂଗ୍ରେସ କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି. କଂଗ୍ରେସ ଦଳ ତାଙ୍କୁ ଟିକେଟ ଦେଇଥିବାରୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି. ଗମନାଗମନ ସମସ୍ୟା ଠାରୁ ଆରମ୍ଭ କରି ପିଇବାପାଣି, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ତାଙ୍କ ପାଇଁ ଚ୍ୟାଲେଞ ରହିଥିବା ବେଳେ ସବୁ ସମସ୍ୟା ସମାଧାନ କରିବେ ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *