ସୂର୍ଯ୍ୟ ମନ୍ଦିର ପାଦଦେଶରେ ପାଳନ ହେଲା ଆନ୍ତର୍ଜାତିୟ ଯୋଗ ଦିବସ

କୋଣାର୍କ,୨୧.୦୬()ଶୁକ୍ରବାର ୧୦ମ ଆନ୍ତର୍ଜାତିୟ ଯୋଗ ଦିବସ କୋଣାର୍କ ସୂର୍ଯ୍ୟ ମନ୍ଦିର ପାଦଦେଶରେ ଆୟୋଜିତ ହୋଇଯାଇଛି। ହଜାରରୁ ଉର୍ଦ୍ଧ୍ବ ଉପସ୍ଥିତ ଜନତାଙ୍କୁ ନେଇ ମହା ଆଡ଼ମ୍ବରରେ ପାଳିତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଇଣ୍ଡୋ ତିଦାତୀୟନ ପୋଲିସ ଫୋର୍ସ, ପୁରୀ ଜିଲ୍ଲା ପ୍ରଶାସନ, ଭାରତୀୟ ସର୍ବେକ୍ଷଣ ସଂସ୍ଥା ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା। ମୂଖ୍ୟ ଅତିଥି ଭାବେ ରାଜ୍ୟର ନୂତନ ମହିଳା ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଯୋଗ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବେ। ସୁସ୍ଥ ଓ ନିରୋଗ ରହିଲେ ପରିବାର, ସମାଜ, ରାଜ୍ୟ ସହ ଦେଶ ମଧ୍ଯ ଉନ୍ନତି କରିବ। ଯୋଗ ଯୋଗୁଁ ଭାରତ ସାରା ବିଶ୍ବରେ ବିଶ୍ୱଗୁରୁ ହୋଈ ପରିଚିତ ଲାଭ କରିଛି। ତେଣୁ ଦୈନଦିନ ଯୋଗାଭ୍ୟାସ କରି ନିରୋଗ ରହିବାକୁ ଉପ ମୂଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *