ସମାଜ ପାଠକ ବିଚାର ମଞ୍ଚ

, – ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବିଜୁ କଲ୍ୟାଣ ମଣ୍ଡପ ଠାରେ ସମାଜ ପାଠକ ବିଚାର ମଞ୍ଚ ର ସଭାପତି ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବ ନିର୍ବାଚିତ କାମାକ୍ଷାନଗର ର ବିଧାୟକ ଶତ୍ରୁଘ୍ନ ଜେନା ଓ ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିରେ ବିଚାର ମଞ୍ଚ, ଉପଖଣ୍ଡ ସାମ୍ବାଦିକ ସଙ୍ଘ , ବିଦ୍ୱତ ପରିଷଦ , ବ୍ଲକ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ , ମୂଳ ନିବାସୀ ଆମ୍ବେଦକର ସେବା ସଂସ୍ଥା ପକ୍ଷରୁ ବିଧାୟକ ଦ୍ୱୟଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ପରଜଙ୍ଗ ଓ କାମାକ୍ଷାନଗର ପାଇଁ ଦଳ ନିର୍ବିଶେଷରେ ସମସ୍ତେ ମିଳି ମିଶି କାର୍ଯ୍ୟ କରିବା ବୋଲି ଦୁଇ ବିଧାୟକ ମତ ରଖିଥିଲେ। ସଂଯୋଜକ ନିରଞ୍ଜନ ସାହୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ଶରତ ଚନ୍ଦ୍ର ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସାମ୍ବାଦିକ ସଂଘର ସଦସ୍ୟ, ପାଠକ ବିଚାର ମଞ୍ଚ ର ସଦସ୍ୟ ଙ୍କ ସହିତ ବିଭିର୍ନ ସଂଗଠନ ଗୁଡିକର କର୍ମ କର୍ତ୍ତା , କାମାକ୍ଷାନଗର ଅଞ୍ଚଳର ବହୁ ବୁଦ୍ଧିଜୀବି , ଶିକ୍ଷ୍ୟବିତ , ଶିକ୍ଷକ, ଶିକ୍ଷୟତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *