ଘର ଭିତରେ ରସି ଲଗାଇ ଯୁବକର ଆତ୍ମହତ୍ୟା

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁସୁଳି ପଂଚାୟତର ଭୁଲୁଦା ଗ୍ରାମର ତଳ ସାହିରେ ଏପରି ଘଟଣା ଦେଖିବାକୁ ମିଳିଛି,, ଭୁଲୁଦା ଗ୍ରାମର ନିତ୍ୟାନନ୍ଦ ନାୟକଙ୍କ ପୁତ୍ର ଚିତ୍ରସେନ ନାୟକ (୩୦)। ବେକରେ ରସି ଲଗାଇ ନିଜ ଘରେ ରସି ଲଗାଇ ଆତ୍ମ ହତ୍ୟା କରିଛନ୍ତି। ପରିବାର ଲୋକେ କହିବା ଅନୁଯାଇ ସେ ସବୁବେଳେ ନିଶା ଶକ୍ତ ଅବସ୍ଥା ରେ ରହୁଥିଲେ। ସେଥିପାଇଁ ତାଙ୍କର ମାନସିକ ବିକୃତି ରହୁ ଥିଲା। ଚିତ୍ର ସେନ ମାନସିକ ଭରସାମ୍ୟ ହରାଇ ଆତ୍ମ ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି। ଆଜି ସକାଳେ ପରିବାର ଲୋକେ ଶୋଇ କି ଉଠିଲା ପରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଂଚି ଶବକୁ ଉଦ୍ଧାର କରି କେନ୍ଦୁଝରକୁ ପୋଷ୍ଟ ବଟନ ପାଇଁ ପଠାଇ ଅଧିକ ତଦନ୍ତ କରି ଏକ ଅପମୃତୁ ମାମଲା ରୁଜୁ କରିଛି।

କେନ୍ଦୁଝରରୁ ମନୋଜ କୁମାର ବେହେରା

Leave a Reply

Your email address will not be published. Required fields are marked *