ପୁରୀ ସମାଜ ସେବୀ ଅନୁଷ୍ଠାନ ଜଗସିଂହପୁର ରେ ସମ୍ବୋଧନା
ପୁରୀ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ Association of Twitter Activists (ATA) କୁ ଜଗସିଂହପୁର ଜିଲ୍ଲା ବିରିଡ଼ି ଠାରେ ଅନୁଷ୍ଠିତ ସୃଷ୍ଟି ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ବୋଧିତ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଶୀତଳ ବସ୍ତିଆ ,ସ୍ବେଚ୍ଛାସେବୀ ତଥା ଯୁବ ସଂଗଠକ ଷ୍ଟାଲି ନି ପରିଜାଙ୍କ ସହ ଫାଉଣ୍ଡେସନର ଅଧ୍ୟକ୍ଷା ଶୁଭାଙ୍ଗି ମଧୁସ୍ମିତା ବସ୍ତିଆ ଉପସ୍ଥିତି ଥିଲେ। ଅଟାର ପ୍ରତିଷ୍ଠାତା ସଦସ୍ୟ ଦେବରାଜ ଦାସ ଓ ଦେବେନ୍ଦ୍ର ସୁବୁଦ୍ଧି ଙ୍କୁ ଅତିଥି ମାନେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମୋଧିତ୍ କରିବା ସହ ଉକ୍ତ ଅନୁଷ୍ଠାନର ଉତ୍ତର ଉତ୍ତର ଉନ୍ନତି କାମନା କରିଥିଲେ।
