ଜଗତସିଂହପୁର ଜିଲ୍ଲାର ଦୁଇଟି ଆସନ ଜଗତସିଂହପୁର ଓ ପାରାଦ୍ବୀପରେ ବିଜେପିର ବାଜିମାତ
-ଜଗତସିଂହପୁର ଜିଲ୍ଲାର ଦୁଇଟି ଆସନ ଜଗତସିଂହପୁର ଓ ପାରାଦ୍ବୀପରେ ବିଜେପିର ବାଜିମାତ ପରେ ଦଳୀୟ କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନବ ନିର୍ବାଚିତ ବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ଏହି ଅବସରରେ ଆଜି ଜଗତସିଂହପୁର ବିଜେପି ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଧାୟକ ଅମରେନ୍ଦ୍ର ଦାସ ନୂଆପାଟଣା ଛକ ଠାରୁ ଏକ ବିରାଟ ଶୋଭଯାତ୍ରାରେ ବାହାରି ନାଉଗାଁ ଅଂଚଳ ପରିକ୍ରମା କରି ଗାରୋଇ ଠାରେ ପହଁଚି ସାଧରଣସଭାରେ ଯୋଗ ଦେଇଥିଲେ । ବିଧାୟକ ଭାବେ ଜିତିବା ପରେ ଏବେ ଗୁରୁଦାୟିତ୍ବ ବଢିଥିବା ସହିତ ଲୋକଙ୍କ ଆଶା ଭରସାକୁ ପୁରଣ କରିବାକୁ ପଡିବ । ଦଳୀୟ ନିର୍ଦେଶ ଅନୁସାରେ ଏବେ ଲୋକଙ୍କ ସହିତ ରହି ଦିନକୁ ୨୦ ଘଣ୍ଟା ପରିଶ୍ରମ କରି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ହେବ ବୋଲି କହିଛନ୍ତି ବିଧାୟକ ଅମରେନ୍ଦ୍ର ।
