ପାଗଲ
କହିବ କି ସାଥି କହିବ କି !
ତୁମେ ମୋର ହୋଇ ରହିବକି?
ଦୁଃଖକୁ ମୋର ତୁମ ଦୁଃଖ କହି
କୋଳ ରେ ମୋର ଶୋଇବକି,
କହିବ କି ସାଥି କହିବ କି !
ଜୀବନ ଡ଼ଙ୍ଗା ରେ ଏପାର ନଇ ରୁ
ସେପାର ନଇ କୁ ମୋ ସାଥେ ଯାଇ ପାରିବକି?
କହିବ କି ସାଥି କହିବ କି !
ସୁଖ ରେ ମୋର ପାଟ ରାଣୀ ହୋଇ ପାଟ ଶାଢ଼ୀ ତୁମେ ପିନ୍ଧିବକି?
କହିବ କି ସାଥି କହିବ କି !
ସନ୍ଧେହ କରିକି ସନ୍ଧେଇ ପ୍ରିୟା ମୋ ହୋଇବକି?
କହିବ କି ସାଥି କହିବ କି !
ଭୁଲ ଥିଲେ ମୋର ନାଲି ଆଖି ତୁମ ଦେଖେଇ ପାରିବକି?
କହିବ କି ସାଥି କହିବ କି !
ନଥିଲେ ମୋ ପାଖରେ ଟଙ୍କା
ଅଛି କହି ମୋ ପାଖେ ସାହସ ମୋହର ବଢ଼ାଇ ପାରିବକି?
କହିବକି ସାଥି କହିବକି !

ରିପୋଟର -ହିମାନ୍ଦ୍ରି ମେହେର (ମିନୁ )
