ନବନିର୍ବାଚିତ ବିଧାୟକ କେ. ଅନିଲ କୁମାରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, ୨୩/୬ ( ବ୍ରହ୍ମପୁର ୱାର୍ଡ଼ ନଂ ୨୫ ର ଜନସାଧାରଣଙ୍କ ପକ୍ଷରୁ ନବନିର୍ବାଚିତ ବିଧାୟକ କେ.ଅନିଲ କୁମାରଙ୍କୁ ବିଜିପୁର ସ୍ଥିତ ମାଁ କାଳୁଆ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସମ୍ୱର୍ଦ୍ଧନା ଦିଆଯାଇଥିଲା । ବିଜିପୁର ଅଞ୍ଚଳର ଯୁବ ନେତା ଗାଣା ସ୍ୱାମୀଙ୍କ ନେତୃତ୍ବରେ ବହୁ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସାହିର ସାହି ବାସିନ୍ଦା ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନବନିର୍ବାଚିତ ବିଧାୟକ କେ.ଅନିଲ କୁମାରଙ୍କୁ ସମ୍ୱର୍ଦ୍ଧନା କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରାରେ ବ୍ରହ୍ମପୁରକୁ ସାମିଲ୍ କରିବା ସହ ବ୍ରହ୍ମପୁର ସହରକୁ ଅପରାଧ ମୁକ୍ତ କରିବା ମୁଳ ଲକ୍ଷ ବୋଲି ନବନିର୍ବାଚିତ ବିଧାୟକ କେ.ଅନିଲ କୁମାର କହିଥିଲେ । ଏହା ସହ ବିଜିପୁର ଅଞ୍ଚଳବାସୀ ବିଭିନ୍ନ ସମସ୍ୟା ଉପରେ ବିଧାୟକ କେ.ଅନିଲ କୁମାରଙ୍କୁ ଅବଗତ କରାଇଥିଲେ । ଏହି ସମ୍ୱର୍ଦ୍ଧନା ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ବିଜେପିର ବରିଷ୍ଠ ନେତା ତଥା ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ମଣ୍ଡଳ ଉପସଭାପତି ଏସ୍.ଶ୍ରୀନିବାସ,ରବି ନାରାୟଣ ସାବତ,ସାଧାରଣ ସମ୍ପାଦକ ମନୋଜ ପାଢ଼ୀ,ବରିଷ୍ଠ ଆଇନଜୀବି ପିତବାସ ପଣ୍ଡା,ଲଳିତ ମଙ୍ଗରାଜ,ଅଶୋକ ଶୁକ୍ଳା,ସଞ୍ଜୟ ଜେନା,ପତିତପାବନ ଗନ୍ତାୟତ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ମଣ୍ଡଳ ସମ୍ପାଦକ ଶୀତଲ୍ ଜେନା,ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତା ଦାସ,ପ୍ରଦୀପ ରାଓ,ସୁନିଲ ପାତ୍ର,ଏସ୍.ଲିଙ୍ଗରାଜ,ପ୍ରବୀର ପାତ୍ର,ଚନ୍ଦନ ବେହେରା,ଚିକୁ ମୁନି,ପ୍ରତାପ ରାଓ,ବାଲା ସ୍ୱାମୀ,ସୁଧାକର ବାବୁ,ୱାଇ ଶିବା ରାଓ,ପି.ଶିବାଶିଷ ପାତ୍ର,ଜ୍ଞାନ ବିଷୋୟୀ,ସନ୍ତୋଷୀ ଦାସ,ରବି ମହାରଣା ପ୍ରମୁଖଙ୍କ ସମେତ ବିଜିପୁର ଅଞ୍ଚଳର ସମାଜସେବୀ ଚଗଲା ମାଝୀ,ଯୁବ ନେତା ବିଶ୍ୱଜିତ ପାତ୍ର (ହକି) ପ୍ରମୁଖ ଉପସ୍ଥିତ ରହି ନବନିର୍ବାଚିତ ବିଧାୟକ କେ.ଅନିଲ କୁମାରଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *