ଧରାକୋଟ ରେ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ଧରାକୋଟ :-୨୩/୦୬ ସରକାରୀ ଘୋଷଣା ଅନୁଯାୟୀ ଧରାକୋଟ ରେ ଖୁବ ଶୀଘ୍ର ଜେ ଏମ ଏଫ୍ ସି କୋର୍ଟ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ତହସିଲଦାର ଗଣେଶ ଦଳେଇ,ରାଜସ୍ବ ପରିଦର୍ଶକ ସୁଗନୀ ବେହେରା,ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ବେହେରା,ଅତିରିକ୍ତ ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ ରଥ, ରାଜେଶ ବଳ ପ୍ରମୁଖ ଧରାକୋଟ ମୌଜାର ପ୍ଲଟ ନମ୍ବର ୧୧୭୮,୧୧୭୯ ରେ ଥିବା ସରକାରୀ ଜମିକୁ ଅନୁଧ୍ୟାନ କରି ମାପ ଆରମ୍ଭ କରିଛନ୍ତି । କୋର୍ଟ ପ୍ରତିଷ୍ଠା ପାଇଁ ପ୍ରଥମ ପର୍ଯ୍ୟୟରେ ତିନି ଏକର ଜମି ଯୋଗାଇ ଦିଆଯିବ। ଏଥିପାଇଁ ଭିତ୍ତିଭୂମିର ବିକାଶ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ସ୍ଥାନ ଚିହ୍ନଟ କରି ହସ୍ତାନ୍ତର ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ରାଜସ୍ବ ବିଭାଗ ତରଫରୁ ତତ୍ପରତା ଆରମ୍ଭ ହୋଇଛି। ନ୍ୟାୟିକ ପ୍ରକ୍ରିୟାକୁ ସାଧାରଣ ଜନତା ଙ୍କ ନିକଟତର କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପ କୁ ଅଞ୍ଚଳ ବାସୀ ଙ୍କ ସମେତ ଧରାକୋଟ ପ୍ରେସ କ୍ଲବ ତରଫରୁ ସ୍ବାଗତ କରାଯାଇଛି ।
