ବାଲିପଦର ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ
** ଆସିକା:- ୨୧/୦୬/୨୪ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଆନ୍ତର୍ଜାତିୟ ଯୋଗ ଦିବସ ୨୧/୦୬/୨୪ ତାରଖ ଦିନ ବିଭାଗୀୟ କାର୍ଯ୍ୟାସୂଚି ପ୍ରକାରେ ମହା ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା, କର୍ମ ଚାରୀ ଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ା ବିବେକାନନ୍ଦ ପଟ୍ଟନାୟକଙ୍କ ନେତୃତ୍ବରେ ଆଜିର ମହାନ୍ ଗୁରୁତ୍ବପୂର୍ଣ୍ଣ ଦିବସରେ ଏକ ଯୋଗ ଶିବିର ଆୟୋଜନ କରାଯାଇ ଥିବା ଉପସ୍ଥିତ ଶିବିରାର୍ଥୀମାନଙ୍କୁ ଏକ ସୁସ୍ଥ ମାନବ ସମାଜ ଗଠନ ପାଇଁ ଯୋଗଶିକ୍ଷା ର ଆବଶ୍ୟକତା ଉପରେ ଅଧ୍ୟକ୍ଷ ଙ୍କ ଦ୍ଵାରା ଦିଗ ଦର୍ଶନ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ମିନତୀ ଆଚାରୀ ଓ କ୍ରୀଡ଼ା ଅଧ୍ୟାପକ ଶ୍ରୀ ଭଞ୍ଜ କିଶୋର ଗୈାଡ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଶ୍ରୀ ଗୋପୀନାଥ ମହାନ୍ତି,ଅମିୟ କୁମାର ସ୍ବାଇଁ, ଡ଼ଃ ଏ ଜିତେଶ ରାଓ ଦୋରା , ଭକ୍ତଲତା ମହାପାତ୍ର,ସଲିଳା ନାୟକ ନିଜ ନିଜ ମନ୍ତବ୍ୟ ରଖିଥିବାବେଳେ ,ଏନ୍ ମୁଦୁରାଜୁ ଦୋରା,ଶିବାନୀ ଆଚାରୀ,ସିମାଞ୍ଚଳ ଗୈାଡ,ନବଘନ ପ୍ରଧାନ, ନାରାୟଣ ବଡୁ , ପ୍ରଦେଶ କୁମାର ସ୍ବାଇଁ ଓ ଆଶିଷ ନାୟକ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଏନ୍ ଏସ ଏସ ର ସମସ୍ତ ସ୍ବେଛାସେବୀ ଛାତ୍ର ଛାତ୍ରୀ ମାନେ ସୁଚାରୁରୂପେ ଶପଥ ପାଠ କରୀ ବିଭିନ୍ନ ଯୋଗାଭ୍ୟାସ କରିଥିଲେ।
