ଦୁନିଆ ଭିତରେ ମାଆ ହେଉଅଛି
ସମସ୍ତ ଙ୍କ ପାଇଁ ସାହା
ମାଆ ର ମମତା ମାଆର ପଣତ
କି ସୁନ୍ଦର‌ ଅଟେ ଆହା
ମୋ ମାଆ ମୋ ମାଆ।
ଖାଇବାକୁ ଦିଏ ଆନନ୍ଦ ମନରେ
ପେଟକୁ ଚିହ୍ନଇ ସେହି
ଆଦରଭାବରେ ସେବାକରେ ମାଆ
ତ୍ୟାଗ ପୂତ ପ୍ରାଣ ଦେଇ
ମୋ ମାଆ ମୋ ‌ମାଆ
ରୋଗରେ ପଡ଼ିଲେ ନିଦ ହୁଏ ନାହିଁ
ଶୟନେ ସପନେସଦା
ମମତା ମାଆର ପାସୋରି ହୁଏନି
ସନ୍ତାନ ପାଖରେ ବନ୍ଧା।
ମୋ ମାଆ ମୋ ମାଆ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *