କାକା ଗ୍ରୁପ ଅଫ୍ ଫାଉଣ୍ଡେସନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
* ହେଲମେଟ୍ ବାଣ୍ଟିଲେ ବିଧାୟକ*ବ୍ୟାସନଗର ପୌରାଞ୍ଚଳ ଚୋରଦା ବାଇପାସ୍ ଛକସ୍ଥିତ ‘କାକା ଗ୍ରୁପ ଅଫ୍ ଫାଉଣ୍ଡେସନ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଗାଡ଼ି ଚାଳକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ବିନା ହେଲମେଟ୍ରେ ବାଇକ୍ ଚଳାଉଥିବା ଲୋକଙ୍କୁ ହେଲମେଟ ବଣ୍ଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଫାଉଣ୍ଡେସନର ପ୍ରତିଷ୍ଠାତା ଅମରେନ୍ଦ୍ର ବେହେରା ଉପସ୍ଥିତ ରହି ବିନା ହେଲମେଟ କିମ୍ବା ମୋବାଇଲ ଫୋନ୍ରେ କଥା ହୋଇ ବାଇକ୍ ଚଳାଇବାକୁ ବାରଣ କରିଥିଲେ l ତେବେ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
