ଶ୍ରୀମନ୍ଦିର

ଶ୍ରୀମନ୍ଦିର କେଡ଼େ ଶୋଭା ପାଏ
ପୂଜାପାଏ ସେଠି କାଳିଆ
ସୁଦର୍ଶନ ସୁଭଦ୍ରା ସଙ୍ଗରେ ରହିଛନ୍ତି ସେଠି ବଳିଆ
ଆମ ଶ୍ରୀମନ୍ଦିର ବଢିଆ।
ଓଡ଼ିଶା ରାଜ୍ଯ ର ବଡ ଠାକୁର ସେ
ବଡ଼ପଣ୍ଡା ତାର ପାଳିଆ
ଆମ ଶ୍ରୀମନ୍ଦିର ବଢିଆ
ପୂଜା ପାଏ ସେଠି କାଳିଆ।
ବାର ମାସରେ ତେର ପର୍ବ କରୁଛନ୍ତି ଆମ ଓଡିଆ
ଲାଗୁଛି ସେଠାରେ ନଡ଼ିଆ
ଆମ ଶ୍ରୀମନ୍ଦିର ବଢିଆ
ପୂଜା ପାଏ ସେଠି କାଳିଆ।
ଗୁଣ୍ଡିଚା ମନ୍ଦିର ଅଟଇ ତାଙ୍କର ଶ୍ରୀମନ୍ଦିର ପରି ବଢିଆ
ଆମେ ପରା ଖାଣ୍ଟି ଓଡିଆ
ପୂଜା ପାଏ ସେଠି କାଳିଆ
ଆମ ଶ୍ରୀମନ୍ଦିର ବଢିଆ।
ହିରା ପଞ୍ଚମୀ ରେ ବହୁତ ଗହଳି
ଶ୍ରୀମନ୍ଦିର ଲାଗେ ବଢିଆ
ଆମେ ପରା ଖାଣ୍ଟି ଓଡିଆ
ପୂଜା ପାଏ ଆମ କାଳିଆ
ଆମେ ପରା ଖାଣ୍ଟି ଓଡିଆ
ଆମ ଶ୍ରୀମନ୍ଦିର ବଢିଆ
ଆମ ଜଗନ୍ନାଥ କାଳିଆ
ପୂଜା ପାଏ ସେଠି କାଳିଆ।

ହରିହର ସାହୁ
ଇଲେଇଜଙ୍ଗ ଗଁଦିଆ ଢେଙ୍କାନାଳ

Leave a Reply

Your email address will not be published. Required fields are marked *