ଜରୁରୀକାଳୀନ ପରିସ୍ଥିତି କୁ ଭାରତୀୟ ଜନତା ପାର୍ଟି ତରଫରୁ କଳା ଦିବସ ପାଳିତ
= ଆଜିର ଦିନକୁ ଭାରତୀୟ ଗଣତନ୍ତ୍ର ର କଳା ଦିବସ ଭାବେ ପାଳନ କରୁଛି ଭାରତୀୟ ଜନତା ପାର୍ଟି, ୧୯୭୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି କଟକଣା ଲଗାଇଥିଲେ ଯାହା ଦ୍ୱାରା ସେ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଅନେକ ସଂଘଠନର ଲୋକଙ୍କୁ ସାମ୍ବାଦିକ ମାନଙ୍କୁ ଗିରଫ କରିଥିଲେ, ଯାହାକୁ ବିଜେପି ଆଜିର ଦିନକୁ ଗଣତନ୍ତ୍ର ର କଳା ଦିବସ ରୂପେ ପାଳନ କରୁଛି, ଏହି ଅବସରରେ ଆଜି ସାରା ଦେଶରେ ବିଜେପି କୋଣ ଅନୁକୋଣ ରେ କଳା ଦିବସ ପାଳନ କରୁଛି, ଏହି ଅବସରରେ ଆଜି ଭଦ୍ରକ ସହୀଦ ସ୍ମୃତି ଭବନ ରେ କଳା ଦିବସ ପାଳନ ହୋଇଛି, ମୁଖ୍ୟ ଅତିଥି ଭାବେ ବିଧାୟକ ଶୀତାଂଶୁ ଶେଖର ମହାପାତ୍ର,ସଂମ୍ମାନିତ ଅତିଥି ଭାବେ ଆଇନ ଯିବି ନିରାକାର ଯେନା, ସ୍ତମ୍ଭକାର ଅଭୟ ଦିବେଦୀ, ରାଷ୍ଟୀୟ ସ୍ୱୟଂ ସେବକ ସଂଘର ପୂର୍ବ ପ୍ରାନ୍ତ ସଭାପତି ରବି ନାରାୟଣ ପଣ୍ଡା, କର୍ତ୍ତନ ବିହାରୀ ଧଳ, ବିଜେପି ସାଧାରଣ ସମ୍ପାଦକ ମନୋଜ ମହାଳିକ, ଭଣ୍ଡାରିପୋଖରୀ ବିଧାୟକ ପାର୍ଥି ସୁଧାଂଶୁ ନାୟକ, ବାସୁଦେବପୁର ବିଧାୟକ ପାର୍ଥି ବାଣୀ କଲ୍ୟାଣ ମହାନ୍ତି, ବୁଦ୍ଧିଜୀବୀ ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି ଙ୍କ ସମେତ ଅନେକ ବୁଦ୍ଧିଜୀବୀ, କର୍ମୀ ଉପସ୍ଥିତି ଥିଲେ। ଆଜିର ଏହି ଦିନକୁ କାହିଁକି ଗଣତନ୍ତ୍ରର କଳା ଦିବସ କୁହାଯାଉଛି ଅତିଥି ମାନେ ନିଜ ବକ୍ତବ୍ୟରେ କହୁଥିଲେ।
