ବାପାକୁ ପେଟ୍ରୋଲରେ ଢ଼ାଳି ଜାଳି ଦେଲା ପୁଅ

ଟିଟିଲାଗଡ ୨୫/୬ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଜଗୁଆ ପଞ୍ଚାୟତ ଦର୍ଲୋ ଗ୍ରାମରରେ ଏକ ଅଭାବନୀୟ ଘଟଣା ଘଟିଛି l ନିଜ ବାପାକୁ ପେଟ୍ରୋଲରେ ନିଆଁ ଲଗାଇ ଜନ୍ମ କଲା ପୁଅ ହତ୍ୟାକରି ଥିବା ଅଭିଯୋଗ ହୋଇଛି l ସୂଚନାମତେ ମୃତ ଗୋପୀ ଭରସାଗର (୬ଠ ) ପରିବାରରେ ଦୀର୍ଘ ଦିନହେଲା ଜମୀ ବିବାଦ ଲାଗି ରହିଥିଲା l ଗୋପୀ ଜଣେ ଅଲେଖ ଧର୍ମଭକ୍ତ l ପ୍ରତିଦିନ ଭଳି ଆଜି ମଧ୍ୟ ସାଢ଼େ ୩ ଘଣ୍ଟା ସମୟରେ ଘରରୁ ୨ କିଲୋମିଟର ଏକ ଜୋରରେ ଗାଧେଇଵା ଯାଇଥିଲେ l ସେହିସ୍ଥାନରେ ଗୋପୀଙ୍କୁ ଏକୁ ଟିଆ ଦେଖି ତାଙ୍କ ପୁଅ ମୋହନ ଭରାସାଗର ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଚମ୍ପଟ ହୋଇଛି l

ମୃତ ଗୋପୀ ଛଟପଟ ହୋଇ ବହୁତ ଚିତ୍କାର କରିଥିଲେ ମଧ୍ୟ କେହି ଶୁଣି ନଥିଲେ l କିଛି ଘଣ୍ଟା ପରେ ଉକ୍ତ ନାଳକୁ ଶୌଚ ଯାଉଥିବା ଲୋକେ ଉଦ୍ଧାର କରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ପହଞ୍ଚାଇ ଥିଲେ ହେଲେ ଡାକ୍ତର ଗୋପୀ କୁ ମୃତ୍ ଘୋଷଣା କରିଛି l ଖବର ପାଇ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ଅବନୀ ସାହୁ ପହଞ୍ଚି ଶବ ଜବତ ସହ ଅଧିକ ତଦନ୍ତ ଜାରି ରଖିଛନ୍ତି l ପ୍ରକାଶ ଯେ ମୃତ ଗୋପୀଙ୍କର ଦୁଇଜଣ ସ୍ତ୍ରୀ ଥିବାରୁ ମୋହନର ଜମି ବିବାଦ ନେଇ ବାପା ସହ ଗଣ୍ଡଗୋଳ ରହିଥିଲା l ମୃତ ଗୋପିର ଦ୍ୱିତୀୟ ସ୍ତ୍ରୀର ପୁଅ ହିରାଲାଲ ଭରସାଗର ଏନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

Leave a Reply

Your email address will not be published. Required fields are marked *