ଜୀବନ
ସ୍ରଷ୍ଟା ସୃଷ୍ଟି କରେ କେତେଯେ ଜୀବନ ଏହି ଧରା ପୃଷ୍ଠରେ
ସୃଷ୍ଟି ତାଙ୍କ ଅତି ଅବଶ୍ୟ ଯେ
ଏହି ଧରଣୀ ପୃଷ୍ଠରେ।
ସମସ୍ତ ଙ୍କ ମଧ୍ୟେ ମାନବ ଶ୍ରେଷ୍ଠ ଯେ
ବୁଦ୍ଧି ବିବେକ ଯେ ପାଇଁ
ବିବେକ ଖଟାଇ କାମ କରେ ସେହି
ମର୍ତ୍ତ୍ୟ ମଣ୍ଡଳର ପାଇଁ।
ମଣିଷ ନ ରହେ କୀର୍ତ୍ତି ରହିଯାଏ
କରୁଥାଏ ଭଲ କର୍ମ
ତା’ର କର୍ମ ଯୋଗୁ ଯଶସ୍ବୀ ହୁଅଇ
ମନେପଡେ ମର୍ତ୍ତ୍ୟ ଧାମ।
ଶୈଶବ କୈଶୋର ଯୈାବନ ଯେ ବୃଦ୍ଧ
ଏହି ଅବସ୍ଥା ମଧ୍ୟରେ
ପ୍ରତ୍ୟେକ ମୁହୂର୍ତ୍ତ କର୍ମରେ ନିପୂଣ
ଭବିଷ୍ୟତ ପନ୍ଥା ଧରେ।
ଜୀବନ ଅଟଇ କଷଟି ପଥର କଷୁଥାଏ ପ୍ରତିଦିନ
ଇଶ୍ଵର ଙ୍କ ଠାରେ ଧ୍ୟାନ ଦେଇଥାଏ
ମନକରି ନିରୀକ୍ଷଣ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
