ରାୟଗଡା ଜିଲ୍ଲାରେ ନଗର ବିଜେପି ଦ୍ଵାରା କଳା ଦିବସ ପାଳନ
ରାୟଗଡା, ତା ୨୫/୬ରିଖ:୨୫ ଜୁନ୍ ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀ କାଳୀନ ପରିସ୍ଥିତିକୁ ଭାରତୀୟ ଇତିହାସର କଳା ଅଧ୍ୟାୟ ଓ କଳା ଦିବସ ପାଳିତ କରିଛି ରାୟଗଡା ନଗର ବିଜେପି । ଭାରତୀୟ ଜନତା ପାର୍ଟି ରାୟଗଡା ନଗର ପକ୍ଷରୁ ନଗର କାର୍ଯ୍ୟଳୟ ଠାରେ ଦେଶରେ ଗଣତନ୍ତ୍ର ହତ୍ୟା କରିବା ପରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ଘୋଷଣା କରିଥିବାକୁ ନଗର ସଭାନେତ୍ରୀ ତଥା କାଉନସିଲର ଶ୍ରୀମତୀ ମଞ୍ଜୁଳା ମିଣିଆକାଙ୍କ ନେତୃତ୍ବରେ କଳା ଦିବସ ପାଳିତ ହୋଇଯାଇଛି ।

ଏଥିରେ ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ଡକ୍ଟର ବାଦଲ କୁମାର ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇପ୍ରାୟ ଏକୋଇଶି ମାସ ଧରି ଜରୁରୀ କାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ହତ୍ୟା କରିବା ସହ ଲକ୍ଷ ଲକ୍ଷ ଜନନେତା, ସମାଜସେବୀ, ସାମ୍ବାଦିକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକଙ୍କୁ କାରାବାସ କରି ଏକଛତ୍ରବାଦ୍ ଶାସନ କରିଥିଲେ ଇନ୍ଦିରା ଗାନ୍ଧୀ ବୋଲି ଡକ୍ଟର ତା କହିଥିଲେ । ୨୫ଜୁନ୍ ୧୯୭୫ ମସିହାରେ ଲାଗୁ ହୋଇଥିବା ଜରୁରୀ କାଳୀନ ସମୟକୁ ଦେଶ ତମାମ ବିଜେପି କଳା ଦିବସ ପାଳନ କରିଥିବା ବେଳେ ଆଜି ରାୟଗଡା ନଗର ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଛି। ଡଃ ତା ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ସେତେବେଳେ ତାଙ୍କୁ ୧୩ ବର୍ଷ ବୟସ ଓ ସେ ଅଧୁନା ଜଗତସିଂପୁରର ରଘୁନାଥପୁର ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ର । ଯେହେତୁ ସେ ସେତେବେଳର ସକ୍ରିୟ ଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ଶିକ୍ଷକ ଥିଲେ, ତାଙ୍କ ନାଁରେ ୱାରେଣ୍ଟ ବାହାରିଲା ଓ ପୋଲିସ୍ ତାଙ୍କୁ ଖୋଜି ବୁଲିଲା । ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଜିଲ୍ଲାର କିରିବୁରୁରେ ସେ ଭୂମିଗତ ହୋଇଗଲେ । ସେ ସମୟରେ ବିଶେଷ ଭାବରେ ପୋଲିସର ଅକଥନୀୟ ଅତ୍ୟାଚାର ସମ୍ବନ୍ଧରେ ଡଃ ତା ତାଙ୍କର ମାର୍ମିକ ଅନୁଭୂତି ବଖାଣିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଜେପିର ନେତା ବସନ୍ତ ଉଲ୍ଲାକା, ରାଜ୍ୟ ମହିଳା ମୋର୍ଚ୍ଚା ସଂଯୋଜିକା ତଥା ଜ଼ିଲ୍ଲା ଉପସଭାନେତ୍ରୀ ଅଶ୍ୱିନୀ କଞ୍ଚଡା, ନଗର ସାଧାରଣ ସମ୍ପାଦକ ଅଜୟ ଚୁଲେଟ, ଝରଣା ମହାନ୍ତି, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ରଚନା ସାହୁ, ନଗର ଓବିଶି ମୋର୍ଚ୍ଚା ସଭାପତି ପି କ୍ରିଷ୍ଣା, ନଗର ଯୁବମୋର୍ଚ୍ଚା ସଭାପତି ଚିଣ୍ଟୁ ଚୌଧୁରୀ, ଜ଼ିଲ୍ଲା ଏସସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟି ନାଗରାଜୂ, ରାଜେଶ ପାଣିଗ୍ରାହୀ, ଅଶ୍ୱିନୀ ନାୟକ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
