ଜଗତସିଂହପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ

ଜଗତସିଂହପୁର ଠାରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତକାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିଦ କୁମାର ରାଉତ ଓ ଜିଲ୍ଲା ମୁଖ୍ୟ ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ପଳେଇ ପ୍ରମୁଖ ଯୋଗ ଦେଇ ଏକ ସଚେତନତା ରଥ ଉଦଘାଟନ କରାବା ସହିତ ନିଶା ଠାରୁ ଦୂରେଇ ରହିବାକୁ ଜନସାଧାରଣ ଙ୍କୁ ସଚେତନ କରିଥିଲେ । ସେହିପରି ଜଗତସିଂହପୁର ସ୍ପେଶାଲ ସ୍କୁଲ ଆଶ୍ରା ଠାରେ ମଧ୍ୟ ନିଶା ନିବାରଣ ଦିବସ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଏହି ସଚେତନତା ଅଭିଯାନ କୁ ଉଦଘାଟନ କରିବା ସହିତ ଯୁବ ପିଡ଼ି ମାନେ ନିଶା ଠାରୁ ଦୂରେଇ ରହିବାକୁ ଆହ୍ବାନ ଦେଇ ଥିଲେ । ଯାହାଦ୍ୱାରା କି ଗୋଟିଏ ସୁସ୍ଥ ସମାଜ ଗଠନ କରି ପାରିବା ।

Leave a Reply

Your email address will not be published. Required fields are marked *