ସର୍ପାଘାତ ରେ ଗଣ୍ଡାମେର ଗ୍ରାମର ଜଣେ ମହିଳା ର ମୃତ୍ୟୁ,
ସର୍ପାଘାତ ରେ ଗଣ୍ଡାମେର ଗ୍ରାମର ଜଣେ ମହିଳା ର ମୃତ୍ୟୁ,ଗୋଲାମୁଣ୍ଡା ଥାନା ଗଣ୍ଡାମେର ଗ୍ରାମର ଜଣେ ମହିଳା ର ସର୍ପାଘାତ ରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଉକ୍ତ ଗ୍ରାମର ରୁକ୍ମିଣୀ ନାଏକ ବୋଲି ଜଣାପଡିଛି । ବୁଧବାର ବିଳମ୍ବିତ ରାତ୍ରିରେ ଘରେ ଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ରେ ଉଦ୍ଦାର କାରି ଧର୍ମଗଡ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ଅଧିକ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ଡାକ୍ତର ସ୍ଥାନାନ୍ତର କରିଥିଲେ। ତେବେ ବୁଧବାର ସକାଳ ୯ ଟା ରେ ମହିଳା ଜଣକର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ତେବେ ସନ୍ଧ୍ୟା ହେବାରୁ ଶବ ବ୍ୟବଛେଦ ହୋଇପାରିନଥିଲା। ଗୋଲାମୁଣ୍ଡା ପୋଲିସ ଏକ ମାମଲା ୠଜୁକରି ଶବ ଜବତ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲେ।
