ପୁଅ ମୃତ୍ୟୁ କୁ ନେଇ ପରିବାର ଲୋକେ ସନ୍ଦେହ ଘେରରେ
ନିଜର ରୋଜଗାରିଆ ପୁଅ କୁ ହରାଇ ଚିନ୍ତା ରେ ପରିବାର ଲୋକେ। ପୁଅ ଗୋଟେ ଚାକିରୀ ଛାଡି ଅଧିକ ଦରମା ରେ ନୂଆ ଏକ ଚାକରି କରିବ, ପରିବାର ର ଆର୍ଥିକ ସ୍ଥିତି ସୁଧୁରିବ l ବୟସ୍କ ବାପ ର ପରିବାର ପୋଷଣ ର ଦାୟିତ୍ୱ ନିଜ କାନ୍ଧରେ ନେବ, ଏମିତି ଅନେକ ସ୍ବପ୍ନ ଦେଖିଥିବା ବାପା ଯେ ଶେଷ ରେ ନିଜ ପୁଅର ମୃତ୍ୟୁ ଦେହ କୁ କାନ୍ଧରେ ନେଵା କୁ ହେବ ତାହା କେବେ ସ୍ବପ୍ନ ରେ ଭାବି ନ ଥିଲେ ବାପା l ହଁ ଦର୍ଶକ ବନ୍ଧୁ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପାରା ଗ୍ରାମରେ, କମଳା କାନ୍ତ ରଣା ଙ୍କ ବଡପୁତ୍ର ବିଶ୍ୱଜିତ ରଣା ଚାକିରୀ କରୁଥଲେ ପାରାଦ୍ୱୀପ ଏକ ଘରୋଇ କମ୍ପାନୀ ରେ l

ରଜ ଛୁଟି ରେ ଘରକୁ ଆସି ଅଠର ତାରିଖ ଫେରି ଥିଲେ ନିଜ କର୍ମ ସ୍ଥଳକୁ l 24 ତାରିଖ ଏକ ନୂତନ କମ୍ପାନୀ ରେ ଥିଲା ନିଯୁକ୍ତି, ପରିବାର ଲୋକ ଙ୍କ ସହିତ ବିଶ୍ୱଜିତ ମଧ୍ୟ ଖୁସି ଥିଲେ, ବାପା ମଧ୍ୟ ପୁଅର ଖର୍ଚ୍ଚ ପାଇଁ ଦେଇଥିଲେ ଦୁଇ ହଜାର ଟଙ୍କା, ହେଲେ ବିଧିର ବିଧାନ ଥିଲା କିଛି ଅଲଗା, 22ତାରିଖ ସକାଳ ଖବର ଆସିଲା ବିଶ୍ୱଜିତ ମୃତ୍ୟୁ ଦେହ ପଡିଛି ଚରମ୍ପା -ଧାମରା ରେଳ ଧାରଣା ରେ l ପରିବାର ବର୍ଗ ଖବର ପାଇ ପହଂଚି ଥିଲେ ମେଡିକାଲ ରେ,ଶବ ଚି଼ହ୍ନ ଟ ପରେ ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଥିଲା l ପରିବାର ଲୋକ ଙ୍କ ଅଭିଯୋଗ କେମିତି ହେଲା ବିଶ୍ୱଜିତ ମୃତ୍ୟୁ ତାହାର ନିରପେକ୍ଷ ତଦନ୍ତ ହେଉ l
