ଟ୍ୟୁସନ ରୁ ଫେରିବା ବାଟରେ ବୁଲା କୁକୁର ଆକ୍ରମଣ ରେ ଶିଶୁ ଗୁରୁତର

ଟ୍ୟୁସନ ରୁ ଫେରିବା ବାଟରେ ବୁଲା କୁକୁର ଆକ୍ରମଣ ରେ ଶିଶୁ ଗୁରୁତର।ଦିନ କୁ ଦିନ ବୁଲା କୁକୁରଙ୍କ ଆତଙ୍କ ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମ ର ମାର୍କଣ୍ଡ ବାଣୁଆ ଙ୍କ ୫ ବର୍ଷ ର ଶିଶୁ ପୁତ୍ର ପ୍ରହଲ୍ଲାଦ ବାଣୁଆ ଘର ନିକଟରେ ଟ୍ୟୁସନ ପଢି ଘର କୁ ଫେରିବା ବାଟରେ ବୁଲା କୁକୁର ଆକ୍ରମଣ ର ଶିକାର ହୋଇଥିବା ଜଣାପଡିଛି। ଶିଶୁ ର କାନ୍ଦ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକମାନେ କୁକୁର ଙ୍କୁ ଠେଙ୍ଗା ବାଡ଼ି ଧରି କୁକୁର କୁ ଘଉଡ଼ାଇ ଶିଶୁ କୁ ଉଦ୍ଧାର କରିଥିଲେ। ତେବେ ବୁଲା କୁକୁର ଝୁଣିବା ଫଳରେ ଶିଶୁ ର ଅବସ୍ଥା ଜଟିଳ ହୋଇଥିବା ବେଳେ ପରିବାର ଲୋକେ ସାଙ୍ଗେ ସାଙ୍ଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଶିଶୁ ର ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *