ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ବୈଠକ
। ଗୋଟିଏ ଅଞ୍ଚଳର ସାମାଜିକ ଓ ଆର୍ଥକ ବିକାଶ ଏବଂ ଶିଶୁମାନଙ୍କର ପିତାମାତା ମାନଙ୍କର ଜୀବନ ଶୈଳୀର ପ୍ରଭାବ ଅନେକ ମାତ୍ରାରେ ଶିଶୁ ଶ୍ରମିକ ପ୍ରଥାକୁ ପ୍ରଭାବିତ ଓ ନିୟନ୍ତ୍ରିତ କରିଥାଏ । ଦାରିଦ୍ର୍ୟତା, ଅଧାରୁ ପାଠ ଛାଡ଼ୁଥିବା ପିଲମାନଙ୍କ କ୍ଷେତ୍ରରେ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଶିଶୁ ଶ୍ରମିକ ଭଳି ଏକ ମାରାତ୍ମକ ପ୍ରଥାକୁ ବନ୍ଦ କରିବା ପାଇଁ ସରକାରଙ୍କ ଦ୍ଵାରା ପ୍ରଣୀତ ସମସ୍ତ ଆଇନ୍ ଦଣ୍ଡ ବ୍ୟବସ୍ଥା ସର୍ବୋପରି ଆମ ସମସ୍ତଙ୍କର ସାମାଜିକ କର୍ତବ୍ୟ ସମ୍ବନ୍ଧରେ ସଚେତନ ହେବା ଏବଂ ଅନୁପାଳନ କରିବାର ଆବଶ୍ୟକତା ଅଛି ବୋଲି ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା ବୈଠକରେ ଯୋଗ ଦେଇଥିବା ଅତିଥିମାନେ ନିଜ ନିଜ ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ ।ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ମୁଖ୍ୟ ଅତିଥି ଏବଂ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୂର ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ପୁଷ୍ପଲତା ପାତ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଦେବରାଜ ପାଣିଗ୍ରାହୀ, ମୁକ୍ତାଶ୍ରୟ ଆସିୟାନାର ସତ୍ତ୍ଵାଧୀକାରୀ ସମାଜସେବୀ ସେକ୍ ସୋଫିଆ, ଆଇନ୍ଜୀବି ଦିବ୍ୟସିଂହ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରିଣୀ ପ୍ରେମ ମଞ୍ଜରୀ ନାୟକଙ୍କ ସଂଯୋଜନା ଓ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରି ଥିଲେ । ସଂପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ ବିଭିନ୍ନ ବାଣିଜିକ ସଂଘ, ବଣିକ ସଂଘ, ଓକିଲ ସଂଘ, ଆଇନ୍ସେବା ପ୍ରାଧୁକରଣ, ଫେକର, ଡିପିସିଏଲ ପ୍ରଭୃତି ଅନୁଷ୍ଠାନର ପ୍ରତିନିଧ, ଗଣମାଧ୍ୟମ ପ୍ରତିନିଧ ଆଦି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବୈଠକ ସ୍ଥଳରେ ଶିଶୁ ଶ୍ରମିକ ପ୍ରଥା ନିରାକରଣ ସଚେତନତା ନେଇ ଆୟୋଜିତ ଦସ୍ତଖତ ଅଭିଯାନରେ ସମସ୍ତେ ସ୍ଵାକ୍ଷର କରିଥିଲେ । ଆସିୟାନାର ସଂଯୋଜକ ସେକ୍ ରିଆଜ୍ ଅହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନା ଯୋଗ୍ୟକି ଶିଶୁ ଶ୍ରମିକ ପ୍ରଥା ନିରାକରଣ ଉଦ୍ଦେଶ୍ୟରେ ୧ ଜୁନ୍ ରୁ ୩୦ ଜୁନ୍ ପର୍ଯ୍ୟନ୍ତ ପାଳନ କରାଯାଇ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଆଧାରରେ ଜୁନ ୧୨ରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା । ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ରଙ୍ଗୋଲି, ଡ୍ରଇଁ, ବକ୍ତୃତା ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ।ସହକାରୀ ଶ୍ରମ ଅଧିକାରୀ ରନ୍ଧାକର ମଲ୍ଲିକ ଓ ଉକ୍ତ ବିଭାଗୀୟ ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।
