କେଗାଁ ପଞ୍ଚାୟତ ନିରୀକ୍ଷକ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ
। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତକୁ ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ନିରୀକ୍ଷକ କରିଥିଲେ । ତାଙ୍କ ସଂଘରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଅକ୍ଷମିତା କାର୍ତ୍ତିକ,ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ, ବ୍ଲକ ଗ୍ରାମ ପଞ୍ଚାୟତ ଅଧିକାରୀ ରୋମିତ ପ୍ରଧାନ, ବିପିଏମ ସୁଧାଂଶୁ ବିଶ୍ୱାଳ,କେଗାଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ପାଢ଼ୀ ପଞ୍ଚାୟତର ଉନ୍ନତି ମୂଳକ କାମ ଗୁଡିକ କାଗଜପତ୍ର ଯାଞ୍ଚ କରିବା ସଙ୍ଗେ ପିଡ଼ିଏସ ଓ ମିଶନ ଶକ୍ତିର କାଗଜ ପତ୍ର ମଧ୍ୟ ଯାଞ୍ଚ କରିଥିଲେ । ଯାଞ୍ଚ ପରେ କେଗାଁ ପଞ୍ଚାୟତ ସମ୍ମୁଖରେ ଥିବା ମଇଳା ଆବର୍ଜନା ଓ ପାଣି ଜମା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ! ତାହା କିପରି ସମାଧାନ ହେବ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ । ନୂଆଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଜେସିବି ମେସିନ ବ୍ୟବହୃତ ଓ ଚପରିଆ ପଞ୍ଚାୟତ ଟିଙ୍ଗଇପଦର ରାସ୍ତାର ଦୁର୍ନୀତି କାମ ଉପରେ ଗଣମାଧ୍ୟମ ପକ୍ଷରୁ ଶ୍ରୀ ପାଢୀଙ୍କୁ ଅଭିଯୋଗ କରାଯାଇଥିବା ବେଳେ ଉକ୍ତ କାମ ତଦନ୍ତ କରିବାକୁ ବିଡ଼ିଓଙ୍କୁ କହିଥିଲେ । ଏହାପରେ ମିଶନ ଶକ୍ତି ମାଆଁ ମାନଙ୍କ ସହିତ କେଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ସମସ୍ତ ମାଆଁ ମାନଙ୍କୁ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରିଥିଲେ ।
