କପିଳାସ
କପିଳାସ
କପିଳାସେ ପୂଜା ପାଏ ଚନ୍ଦ୍ରଶେଖର
କୋଟି କୋଟି ଓଡିଆଙ୍କ ସେହି ଠାକୁର।
ତେରଶହ ବାଉନ ପାହାଚ ଅଟେ ତାଙ୍କର
ପାହାଡ଼ ପରିବେଶ କି ମନୋହର।
ଭକତ ମାନଙ୍କସେହି ପ୍ରିୟ ଠାକୁର
ଦେବୋତ୍ତର ହାତରେ ନ୍ୟସ୍ତ କାର୍ଯ୍ଯ ତାଙ୍କର।
ପାର୍ବତୀ ପୂଜା ପାଆନ୍ତି ସେହି ସ୍ଥାନର
ଗଣନାଥ ରହିଛନ୍ତି ତହିଁ ଆଗର।
କେହି କେହି କହନ୍ତି ସେ ଭୋଳା ଶଙ୍କର
ରୁଦ୍ର ରୂପେ ପୂଜିତ ସେ ଚନ୍ଦ୍ରଶେଖର।
ବର୍ଷ ବାରମାସ ଭିଡ଼ ହୁଏ ସେହି ସ୍ଥାନର
ସମସ୍ତ ଙ୍କ ପ୍ରିୟ ସେହି ଭୋଳା ଶଙ୍କର।
ଜାଗର ରେ ଭିଡ ହୁଏ ସେହି ସ୍ଥାନର।
ମାନସିକ ପୂରଣ କରନ୍ତି ଚନ୍ଦ୍ର ଶେଖର।
ପୁଳି,ଚକା,ଭୋଗ ହୁଏ ନିତି ଦିନର
ସମସ୍ତ ଙ୍କ ହୃଦୟରେ ଚନ୍ଦ୍ର ଶେଖର।

ହରିହର ସାହୁ
ଇଲେଇଜଙ୍ଗ , ଗଁଦିଆ, ଢେଙ୍କାନାଳ।
