ବିଜୁ ଜନତା ଦଳର ମିଶ୍ରଣ ପର୍ବ
ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠ ଓ ନିସ୍ୱାର୍ଥପର ଭଲପାଇବା ଏବଂ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଆଦର୍ଶ, ସାମୁହିକ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ ରାୟବିଧାର ପଞ୍ଚାୟତର ରଣପଡା ଭୋଇ ସାହି ଗ୍ରାମର ବହୁ ଜନ ସମାଜବାଦୀ ପାର୍ଟିର ନେତା ବିଦ୍ୟାଧର ଦାସ, ଗୋକୁଳ ଦାସ, ସାଧୁଆ ଦାସ, ପିତବାସ ଦାସଙ୍କ ନେତୃତ୍ବରେ ୨୦ ପରିବାର ବହୁ ଜନ ସମାଜବାଦୀ ପାର୍ଟି ପରିତ୍ୟାଗ କରି ଶ୍ରୀ ଦାସବର୍ମାଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ଜିଲ୍ଲା ପରିଷଦ ସଦସ୍ୟା ମିଲି ବେହେରା, ପୂର୍ବତନ ସରପଞ୍ଚ ଅଖାରି ବେହେରା, ମାନସରଞ୍ଜ ରାୟ ଯୁବ ନେତା ଦିଲିପ କୁମାର ପଟ୍ଟନାୟକ ଓ ଗୋପାଳ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।
