ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନ ହେଲେ ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ର

ପୁରୀ : ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଜ୍ୟେଷ୍ଠ୍ୟ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଶେଷ ସମ୍ମାନ ଜଣାଇଥିଲେ । ଏହି ଅବସରରେ ସ୍ବର୍ଗତା ମହାପାତ୍ରଙ୍କ ଝିଅ ସୁଚିସ୍ମିତା ମଶ୍ର, ଜାମାତା ଅରୁଣ ମିଶ୍ର, ଶୈଳରାଣୀ ମିଶ୍ର, ବଦ୍ରି ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ଜ୍ଞାତି କୁଟୁମ୍ବ ଏବଂ ବିଶିଷ୍ଠ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

ଶନିବାର ସନ୍ଧ୍ୟାରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସ୍‌ସିବି ମେଡିକାଲ୍‌ କାଜୁଆଲ୍‌ଟିକୁ ଅଣାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ଜଣେ ମାନବବାଦୀ କବୀ, ବଳିଷ୍ଠ ସ୍ତମ୍ଭକାର ତଥା ଓଜସ୍ୱିନୀ ସୁବକ୍ତା ଭାବେ ସ୍ୱତନ୍ତ୍ର ପରିଚୟର ଅଧିକାରୀ ହୋଇପାରିଥିବା ଶ୍ରୀମତୀ ମହାପାତ୍ର ଦୀର୍ଘ ଦିନ ଧରି ‘ସମାଜ’ର ସଂପାଦିକା ଭାବେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *