ଦେ ଧନ💶…. କର ମନ ❤️
ତୁମେ କହୁଥିଲ ମୁଁ ଶୁଣୁଥିଲି
ଏମିତି କଣ ହେଲା
ନିମିଶକ ମଧ୍ୟେ ପ୍ରେମର ପସରା
ଭାଙ୍ଗି ଚୁରମାର ହେଲା
ତୁମେ ଚାଲିଗଲ ତୁମରି ବାଟରେ
ମୁଁ ରହିଗଲି ଏଠାରେ
ମୁଁ ସିନା ଅଛି ଦୁଃଖରେ ଏଠି
ତୁମେ ଭଲଥାଅ ସେଠାରେ
ଗରିବ ବୋଲି ମୁଁ ତୁମେ ଭୁଲିଗଲ
ତୁମେ ରଜାଘର ଝିଅ
ଭୁଲିବାର ଯଦି ତୁମମନେ ଥିଲା
ପ୍ରେମ କିଆଁ କଲ କୁହ
ଆଜିକାଲି ଯୁଗେ ପ୍ରେମ ର ମାନେ
ଟଙ୍କା ପଇସାର ଖେଳ
ଟଙ୍କା ପଇସା ପାଖରେ ନଥିଲେ
ପ୍ରେମ ହେଇଯାଏ ଖୋଳ
କେବେ ସିନା ଥିଲା ପ୍ରେମ ମୂଲ୍ୟବାନ
ଆଜି ର ଦିନରେ ଶସ୍ତା
ପ୍ରେମ ମିଳିଯାଏ ବାଟରେ ଘାଟରେ
ଟଙ୍କା ଥିଲେ ବସ୍ତା ବସ୍ତା

ରିପୋଟର -ହିମାନ୍ଦ୍ରି ମେହେର (ମିନୁ)
