ଓଡ଼ିଶା ରାଇଜେ ଜନମ ଆମର
ଓଡ଼ିଶା ଆମର ରାଜ୍ୟ
କେତେ ସୁନ୍ଦର ମୋ‌ ରାଜ୍ୟ ବେଳାଭୂମି
ସବୁଜମୟ ମୋ ରାଜ୍ୟ।
କୁଳୁକୁଳୁ ନାଦେ ତଟିନୀ ବହୁଛି ଥଣ୍ଡା ତାର ପାଦ ଦେଶ
ଶୀତଳ ପବନ ବହଇ ତା ପାର୍ଶ୍ଵେ
ପଥିକ ମନରେ ହସ।
ଭେଦଭାବ ନାହିଁ ମୋ ରାଜ୍ୟ ମଧ୍ୟରେ
ସମସ୍ତେ ହୁଅନ୍ତି ଏକ
ଆତ୍ମିୟତା ଭାବ ମଧ୍ୟରେ ବଢନ୍ତି
ହୃଦୟବାନ ବିବେକ।
କାଳିଆ ସାଆନ୍ତ ମୋ ରାଜ୍ୟ ଠାକୁର
ପତିତପାବନ ବାନା
ଦର୍ଶନ କରନ୍ତି କାଳିଆ କୁ ଯିଏ
ମୁକତି ଲଭନ୍ତି ସିନା।
ଭୁବନେଶ୍ଵର ରେ କେତେ ଯେ ମନ୍ଦିର
ନାହିଁ ତାହାର କଳନା
ଦର୍ଶନ କରନ୍ତି ସମସ୍ତ ଭକତ
ଉଡ଼ାଇ ଜଗତ ବାନା।


ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *