କୋଣାର୍କ ଯାତ୍ରୀନିବାସ ପରିସରରେ ବନ ମହୋତ୍ସବ ସପ୍ତାହ ପାଲିତ
କୋଣାର୍କ ଯାତ୍ରୀନିବାସ ପରିସରରେ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ମିଳିତ ସହଯୋଗରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ କୋଣାର୍କ କୋର୍ଟ ବିଚାରପତି ଜଜ୍ ସିତେସ ମହାନ୍ତି, ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଓ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇ ବୃକ୍ଷକୁ ପୂଜାର୍ଚ୍ଚନା ଓ ନଡ଼ିଆ ବାଡେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କ ସହ ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ କର୍ମଚାରୀ, ସ୍ଥାନୀୟ ସ୍ବେଚ୍ଛାସେବୀ, ସମାଜସେବୀ,ପରିବେଶପ୍ରେମି, ପ୍ରକୃତି ବନ୍ଧୁ, ସାମ୍ବାଦିକ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ପ୍ରାଥମିକ ପର୍ଯ୍ୟାୟରେ ୫୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀ ନିବାସ ପରିସରରେ ପ୍ରାୟ ୧୫୦୦ବୃକ୍ଷ ରୋପଣ କରାଯିବା ସହ କୋଣାର୍କ ଅଞ୍ଚଳରେ ୧୦ହଜାରରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୁଚନା ଦେଇଛନ୍ତି।
