ଅଚାନକ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କୁ ମନ୍ତ୍ରୀ ପଢାଇଲେ ପାଠ
ବ୍ରହ୍ମପୁର/ପୋଲସରା :-୦୪/୦୭ ଆଜି ସକାଳ ୧୦ ସମୟରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଅଚାନକ ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଆଶ୍ରମରେ ଥିବା ପିଲାମାନଙ୍କୁ ପାଠ ପଢାଇବା ଦୃଶ୍ୟ ଦେଖିବାକୁ ମିଳୁଛି। ମନ୍ତ୍ରୀ ଶ୍ରୀ ମଳିକ ପିଲାଙ୍କୁ ପାଠ ପଢ଼ାଇ ଅହେତୁକ ଆନନ୍ଦ ଅନୁଭବ କରିଥିଲେ।ଏହାପରେ ଆଶ୍ରମରେ ଥିବା ରୋଷେଇ ଶାଳରେ ପହଞ୍ଚି ରୋଷେଇ ହୋଇଥିବା ଖାଦ୍ୟ ର ମାନ ଯାଞ୍ଚ କରି ପାଚିକା ମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଆଶ୍ରମରେ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଶ୍ରମର ସୁବିଧା ଅସୁବିଧା ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ଆଶ୍ରମରେ ପାଣି ସଠିକ ଭାବେ ନିଷ୍କାସନ ହେଉନଥିବାରୁ ପରିସରରେ ପାଣି ରହୁଥିବା ବିଷୟ ଅବଗତ ପରେ ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ମନ୍ତ୍ରୀ ଶ୍ରୀ ମଳିକ। ଏହି ସମୟରେ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ବାଳ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।
